ରେଖାଙ୍କ ପୂର୍ବରୁ ବି ପ୍ରେମ କରି ବସିଥିଲେ ବିଗ୍ ବି

ମୁମ୍ବାଇ: ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନ ୭୮ ବର୍ଷରେ ପାଦ ରଖିଛନ୍ତି । ଏହି ଅବସରରେ ସବୁ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ହେଲେ ଏଥର କରୋନା ମହାମାରୀ ଓ ‘କୌନ ବନେଗା କରୋଡ ପତି’ର ଶୁଟିଂରେ ବ୍ୟସ୍ତ ଥିବାରୁ ସେ ଜନ୍ମଦିନ ପାଳନ କରିବେ ନାହିଁ ବୋଲି ପୂର୍ବରୁ କହିଥିଲେ । ତେବେ ତାଙ୍କ ଜନ୍ମଦିନରେ ଆଉ ଗୋଟିଏ କଥା ଜାଣିବାକୁ ମିଳିଛି କି ଅମିତାଭ ରେଖାଙ୍କ ପୂର୍ବରୁ ଆଉ ଜଣେ ଝିଅଙ୍କୁ ମନ ଦେଇ ବସିଥିଲେ । ତେବେ ରେଖା-ଅମିତାଭଙ୍କ ପ୍ରେମ କାହାଣୀକୁ ନେଇ ଆଜିବି ଚର୍ଚ୍ଚା ହେଉଥିବା ବେଳେ ଅମିତାଭଙ୍କ ପ୍ରଥମ ପ୍ରେମ ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି । ଅମିତାଭ ନିଜେ ‘କୌନ ବେନଗା କରୋଡ ପତି’ରେ ହିଁ ଏହି କଥା କହିଥିଲେ । ଯେତେବେଳେ ସେ ଦିଲ୍ଲୀରେ ପାଠ ପଢୁଥିଲେ ଓ ଡିଟିସି ବସ୍‌ରେ ଯିବା ଆସିବା କରୁଥିଲେ ସେତେବେ ତାଙ୍କର ପ୍ରେମ ହୋଇଥିଲା । କନ୍ନଡ ପ୍ଲେସରୁ ବସ୍‌ରେ ଉଠୁଥିବା ଜଣେ ସୁନ୍ଦରୀଙ୍କ ପ୍ରେମରେ ପଡିଥିଲେ ଅମିତାଭ । ହେଲେ ଝିଅଟି ସେତେବେଳେ ପ୍ରାଣ ନାମକ ଜଣେ ପୁଅଙ୍କ ପ୍ରେମରେ ପଡି ସାରିଥିଲେ । ଏମାନେ ଉଭୟ ଏକାଠି ଯିବା ଆସିବା କରୁଥିଲେ ବି ଅମିତାଭ କିନ୍ତୁ ତାଙ୍କ ପ୍ରେମରେ ପଡିଯାଇଥିଲେ । ହେଲେ ସେ କେବେ ତାଙ୍କ ମନ କଥା କହି ପାରି ନ ଥିଲେ । ଏମିତି ସମୟ ଆସିଥିଲା ଯେତେବେଳେ ସେହି ଝିଅ ଜଣକ ବି ଅମିତାଭଙ୍କ ପ୍ରେମରେ ପଡିଯାଥିଲେ । ଆଉ ଶେଷରେ କହିଥିଲେ “ପ୍ରାଣ ଯାଏ ପର ବଚନ ନ ଯାୟେ” ଅର୍ଥାତ୍ ତାଙ୍କ ପୁରୁଷ ବନ୍ଧୁ ପ୍ରାଣଙ୍କୁ ସେ ଭୁଲି ଯାଇ ପାରିବେ ହେଲେ ଅମିତାଙ୍କ ବଚ୍ଚନଙ୍କୁ ନୁହେଁ । କିନ୍ତୁ ଏହା ବିବାହର ରୂପ ନେଇ ପାରି ନ ଥିଲା । କାରଣ ଥିଲା ଅମିତାଭ ଥିଲେ ରକ୍ଷଣଶୀଳ ପରିବାରର ପିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

ବିଧାୟକଙ୍କ ହୋଡିଂରେ ନାହିଁ ଟାଣୁଆ ନେତା ରାମଚନ୍ଦ୍ର ପଣ୍ଡାଙ୍କ ଫଟୋ, ସହରରେ ଚର୍ଚ୍ଚା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଆଜି ହେଉଛି ବର୍ଷର ପ୍ରଥମ ଦିବସ ତଥା ନୂଆବର୍ଷ। ଏହି ଦିନକୁ ଗାଁଠୁ ସହର ସବୁଠି ଧୂମଧାମର ପାଳନ କରୁଛନ୍ତି ସମସ୍ତେ।...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri