ଅମିତାଭ ବଚ୍ଚନଙ୍କ ଗୋଟିଏ ଟୁଇଟ୍‌ ଯୋଗୁ ରାତାରାତି ଷ୍ଟାର ପାଲଟିଲେ ଏହି ଯୁବତୀ

ନିକଟରେ ଅମିତାଭ ବଚ୍ଚନ ଏକ ଯୁବତୀଙ୍କ ଭିଡିଓ ନିଜ ଟୁଇଟରରେ ଶେୟାର କରିଥିଲେ ଟୁଇଟ କରି ଯୁବତୀଙ୍କୁ ପ୍ରଶଂସା କରି କହିଥିଲେ ଯେ ସେ ଜଣେ ବିଶେଷ ପ୍ରତିଭା। ବିଗ୍‌ ବିଙ୍କ ଠାରୁ ଏମିତି ପ୍ରଶଂସା ପାଇବା ପରେ ଆର୍ଯ୍ୟା ନାମକ ଏହି ଯୁବତୀ ରାତାରାତି ଷ୍ଟାର ପଲଟିଯାଇଛନ୍ତି। ବର୍ତ୍ତମାନ ଆର୍ଯ୍ୟ ବିଗ୍‌ ବିଙ୍କୁ କୃତଜ୍ଞତା ଜଣାଇ ଏକ ପୋଷ୍ଟ ମଧ୍ୟ କରିଛନ୍ତି। ସେ ଲେଖିଛନ୍ତି- ‘ଅମିତାଭ ବଚ୍ଚନ ସାର୍‌ ମୋର ଗୀତ ଶେୟାର କରିଛନ୍ତି। ବହୁତ ଭଲ ଦେଖାଯାଉଛି। ମୁଁ ସ୍ବପ୍ନରେ କେବେ ବି ଭାବି ନ ଥିଲେ ଯେ ସେ ମୋ ଗୀତ ଶୁଣିବେ।

ଆର୍ଯ୍ୟ ଧାୟଲ ନାମକ ଏହି ଯୁବତୀ ତାଙ୍କ ଗୀତ ହେତୁ ସୋସିଆଲ ମିଡିଆରେ ବହୁତ ଲୋକପ୍ରିୟ। ଇନଷ୍ଟାଗ୍ରାମରେ ତାଙ୍କର ହଜାର ହଜାର ଫଲୋଅର୍ସ ଅଛନ୍ତି। ଦକ୍ଷିଣ ଭାରତୀୟ ଭାଷା ଏବଂ ପାଶ୍ଚାତ୍ୟ ସଙ୍ଗୀତର ସର୍ବୋତ୍ତମ ମିଶ୍ରଣ ତାଙ୍କ ଭିଡିଓରେ ଦେଖିବାକୁ ମିଳେ। ଆର୍ଯ୍ୟଙ୍କ ଏପରି ଏକ ଭିଡିଓ ମଧ୍ୟ ଅମିତାଭ ବଚ୍ଚନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଭିଡିଓ ଶେୟାର କରିବାବେଳେ ବିଗ ବି ଲେଖିଥିଲେ – ‘ମୋର ସଙ୍ଗୀତ ସାଥୀ ଏବଂ ପ୍ରିୟ ବନ୍ଧୁ ମୋତେ ଏହା ପଠାଇଛନ୍ତି। ମୁଁ ଜାଣେ ନାହିଁ ତୁମେ କିଏ। କିନ୍ତୁ ମୁଁ ଏହା କହିପାରେ, ତୁମେ ଜଣେ ବିଶେଷ ପ୍ରତିଭା, ଭଗବାନ ତୁମକୁ ଆଶୀର୍ବାଦ କରନ୍ତୁ। ଏହିପରି ଭଲ କାମ ଜାରି ରଖ … ହସ୍ପିଟାଲରେ ଏହି ଗୀତ ଶୁଣି ଦିନ କଟିଯାଇଛି, ଯାହା ପୂର୍ବରୁ କେବେ ହୋଇ ନଥିଲା ବୋଲି ବିଗ୍‌ ବି କହିଥିଲେ।

Share