ଅଙ୍ଗ ଦାନ କରିବେ ଅମିତାଭ ବଚ୍ଚନ

ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ସେ ପ୍ରାୟତଃ ପ୍ରଶଂସକଙ୍କ ଯୋଡି ହୋଇ ରହିଥାନ୍ତି। ଅନେକ ସମୟ ନିଜ ଫଟୋ ଶେୟାର କରି ନିଜ ପିତାଙ୍କ ପଂକ୍ତି ଲେଖନ୍ତି। ଏବେ ସେ ଏକ ବଡ ନିଷ୍ପତ୍ତି ନେଇ ନିଜ ଅଙ୍ଗ ଦାନ କରିବାକୁ ଘୋଷଣା କରିଛି। ସେ ଟୁଇଟ୍‌ ଯୋଗେ ଏ ନେଇ ସୂଚନା ଦେଇଛନ୍ତି। ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ତାଙ୍କ କୋଟରେ ଏକ ଛୋଟ ସବୁଜ ରଙ୍ଗର ରିବନ ଅଛି। କ୍ୟାପଶନ୍‌ରେ ଅମିତାଭ ଲେଖିଛନ୍ତି, ମୁଁ ଜଣେ ଅଙ୍ଗ ଦାତା ଭାବେ ପ୍ରତିଶ୍ରୁତିବଦ୍ଧ। ଏହାର ପବିତ୍ରତା ପାଇଁ ମୁଁ ଏହି ସବୁଜ ରିବନ ପିନ୍ଧିଛି। କରୋନା ସମୟରେ ମହାରାଷ୍ଟ୍ରରେ ଫସି ରହିଥିବା ଉତ୍ତରପ୍ରଦେଶ ଶ୍ରମିକମାନଙ୍କୁ ବିମାନ ସେବା ଏବଂ ବସ ଦ୍ୱାରା ସୁରକ୍ଷିତ ଘରକୁ ପଠାଇ ଥିଲେ। ସାମାଜିକ କାର୍ଯ୍ୟ କରି ବିଗ ବି ବେଶ୍‌ ଲୋକପ୍ରିୟତା ହାସଲ କରିଛନ୍ତି।

Share