ଆପଣ ଗରିବ ଲୋକଙ୍କୁ କାହିଁକି ଦାନ କରୁନାହାନ୍ତି, ପ୍ରଶ୍ନରେ ଏମିତି ଜବାବ ଦେଲେ ଅମିତାଭ ବଚ୍ଚନ

ବଲିଉଡ୍‌ ମେଗାଷ୍ଟାର ଅମିତାଭ ବଚ୍ଚନ ନିକଟରେ କରୋନାକୁ ହରାଇ ଘରକୁ ଫେରିଛନ୍ତି। ସୋସିଆଲ ମିଡିଆରେ ବିଗ୍‌ ବି ବେଶ୍‌ ସକ୍ରିୟ ରହୁଛନ୍ତି। ନିଜ ସ୍ବାସ୍ଥ୍ୟ ବିଷୟରେ ପ୍ରତିଦିନ ପ୍ରଶଂସକଙ୍କୁ ଅପଡେଟ୍‌ ମଧ୍ୟ ଦେଉଛନ୍ତି। ସୋସିଆଲ ମିଡିଆରେ ଜଣେ ୟୁଜର୍ସ ବିଗ ବି କୁ ଲେଖିଛନ୍ତି – ଆପଣ କାହିଁକି ଗରିବ ଲୋକଙ୍କୁ ଦାନ କରନ୍ତି ନାହିଁ। ଆପଣଙ୍କ ପାଖରେ ଯଥେଷ୍ଟ ଟଙ୍କା ଅଛି ଏବଂ ଇଶ୍ବରଙ୍କ କୃପା ମଧ୍ୟ ଅଛି। ଉଦାହରଣ ସୃଷ୍ଟି କରିବା ଉଚିତ୍‌। ଏହା କହିବା ସହଜ, କିନ୍ତୁ ଏକ ଉଦାହରଣ ହେବା ଅଧିକ ଗୁରୁତ୍ୱପୂର୍ଣ୍ଣ। ବିଗ ବିଙ୍କୁ ଏହା ଖରାପ ଲାଗିଥିଲା। ସେ ତତ୍‌କ୍ଷଣାତ୍‌ ଏହାର ଜବାବ ଦେଇଥିଲେ। ସେ ଏହାର ଜବାବ ଦେଇ କହିଛନ୍ତି ଲକଡାଉନ ସମୟରେ ପ୍ରତିଦିନ ୫ ହଜାର ଲୋକଙ୍କୁ ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ ଦେଇଛନ୍ତି। ସେ ମୁମ୍ବାଇରୁ ଯାଉଥିବା ୧୨ ହଜାର ପ୍ରବାସୀ ଶ୍ରମିକଙ୍କୁ ଜୋତା ଏବଂ ଚପଲ ଦେଇଛନ୍ତି। ଶ୍ରମିକମାନଙ୍କ ପାଇଁ ବିହାର ଏବଂ ୟୁପିରେ ପହଞ୍ଚିବା ପାଇଁ ବସ ବ୍ୟବସ୍ଥା କରାଯାଇଛି। ଅମିତାଭ ବଚ୍ଚନ ଆହୁରି କହିଛନ୍ତି, ଟ୍ରେନ ବାତିଲ ଯୋଗୁ ଇଣ୍ଡିଗୋର ୬ ବିମାନ ମାଧ୍ୟମରେ ୧୮୦ ଯାତ୍ରୀଙ୍କୁ ସେମାନଙ୍କ ଘରକୁ ସ୍ଥାନାନ୍ତର କରାଯାଇଥିଲା। ସେ ତାଙ୍କ ଖର୍ଚ୍ଚରେ ୧୫ ହଜାର ପିପିଇ କିଟ, ୧୦ ହଜାର ମାସ୍କ ଦେଇଛନ୍ତି। ସେ ଦିଲ୍ଲୀର ଶିଖ ସମ୍ପ୍ରଦାୟର ଅଧ୍ୟକ୍ଷଙ୍କୁ ଅନେକ ଦାନ ଦେଇଛନ୍ତି। ସେ ନିରନ୍ତର ଗରିବ ଲୋକଙ୍କୁ ଖାଇବାକୁ ଦେଉଛନ୍ତି।
ସୂଚନାଯୋଗ୍ୟ, ବିଗ୍‌ ବି ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲାବେଳେ ସୋସିଆଲ ମିଡିଆରେ ଟ୍ରୋଲ ଏବଂ ସମାଲୋଚକଙ୍କ ସମ୍ମୁଖୀନ ହୋଇଥିଲେ। ଜଣେ ମହିଳା ତାଙ୍କୁ ହସ୍ପିଟାଲର ବିଜ୍ଞାପନ କରୁଥିବାର ଆରୋପ ଲଗାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭାୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

IND vs PAK ମ୍ୟାଚ୍ ସମୟରେ କିପରି ରହିବ ପାଗ? ଶ୍ରୀଲଙ୍କାରେ ବର୍ଷା…

କଲମ୍ୱୋ,୧୫ା୨:  ଭାରତ ବନାମ ପାକିସ୍ତାନ ମ୍ୟାଚ୍ ସମୟରେ ବର୍ଷାର ଆଶଙ୍କା ଅଧିକ ରହିଛି । ଏହି T୨୦ ବିଶ୍ୱକପ୍ ୨୦୨୬ ମୁକାବିଲା କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ସନ୍ଧ୍ୟା…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

ଟି୨୦ ବିଶ୍ୱକପ୍‌ ମଝିରେ ଏହି ଦଳକୁ ଝଟ୍‌କା: ହଠାତ୍‌ ଘରକୁ ଫେରିଗଲେ…

ଚେନ୍ନାଇ,୧୫।୨: ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡ ଦଳର ସବୁଠାରୁ ସଫଳ ବୋଲର ଲକି ଫର୍ଗୁସନ ଅଧାରୁ ଟୁର୍ନାମେଣ୍ଟ ଛାଡ଼ି ଘରକୁ ଫେରିଛନ୍ତି। ଫେବୃଆରୀ ୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷ…

ବିଜେଡି ମହିଳା ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ: ଜାଣନ୍ତୁ କାହାକୁ କେଉଁଠି ମିଳିଲା…

ଭୁବନେଶ୍ୱର,୧୫ା୨: ବିଜୁ ମହିଳା ଜନତା ଦଳ (BMJD) ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ଜିଲା ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଦାୟିତ୍ୱ ବଣ୍ଟନ କରିଛନ୍ତି…

ଈଶାନ କିଶନଙ୍କ ବିବାହ ପକ୍କା, ବିଶ୍ୱକପ୍‌ ପରେ ଏହି ସୁନ୍ଦରୀଙ୍କ ଧରିବେ ହାତ; ବୋହୂ ଭାବେ…

ନୂଆଦିଲ୍ଲୀ,୧୫।୨: ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ହାଇଭୋଲଟେଜ୍‌ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ, କ୍ରିକେଟର ଈଶାନ କିଶନଙ୍କ ବିବାହକୁ ନେଇ ଆସିଛି ଏକ ବଡ଼ ଅପଡେଟ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri