ଚାକିରି ଖୋଜୁଛନ୍ତି ଅମିତାଭ ବଚ୍ଚନ, ପ୍ରଶଂସକ ହେଲେ ଆଶ୍ଚର୍ଯ୍ୟ: ଜାଣନ୍ତୁ କାହିଁକି

କରୋନାରେ ଘରୁ ବାହାରି କାମ କରିବା ସମସ୍ତଙ୍କ ପକ୍ଷେ ଅତ୍ୟନ୍ତ କଷ୍ଟକର ହୋଇପଡିଛି। ସତର୍କତା ତ ଅବଲମ୍ବନ କରାଯାଉଛି, କିନ୍ତୁ ମନରେ ବସିଥିବା ଭୟକୁ ଦୂର କରିବା ସହଜ ନୁହେଁ। ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ମଧ୍ୟ ଟିକେ ନର୍ଭସ ଅଛନ୍ତି। ସୋସିଆଲ ମିଡିଆରେ ପ୍ରଶଂସକଙ୍କ ମଧ୍ୟରେ ସବୁବେଳେ ମନ କଥା ଶେୟାର କରୁଥିବା ଅମିତାଭ ବର୍ତ୍ତମାନ ଟିକେ ଚିନ୍ତିତ ହୋଇଯାଇଛନ୍ତି। ଅମିତାଭ ବଚ୍ଚନ ତାଙ୍କ ବ୍ଲଗ ମାଧ୍ୟମରେ କହିଛନ୍ତି ଯେ ତାଙ୍କର କିଛି ଚିନ୍ତା ଅଛି। ଟିକେ ନର୍ଭସ ମଧ୍ୟ ଅଛି। ଅମିତାଭ ଲେଖିଛନ୍ତି- ଏଥିରେ କୌଣସି ସନ୍ଦେହ ନାହିଁ ଯେ ଅନେକ ପ୍ରକାରର ସମସ୍ୟା ଏବଂ ଚିନ୍ତା ଅଛି। ସରକାରୀ ଅଧୀକାରୀମାନେ ପୂର୍ବରୁ ସ୍ଥିର କରିସାରିଛନ୍ତି ଯେ ୬୫ ବର୍ଷରୁ ଅଧିକ ଲୋକ କାମ ପାଇଁ ବାହାରକୁ ଯାଇପାରିବେ ନାହିଁ। ମୋ ଭଳି ଲୋକଙ୍କ ପାଇଁ ଏହା ଏକ ଚିନ୍ତା ପରି। ଏଭଳି ପରିସ୍ଥିତିରେ ଅମିତାଭ ଏବେ ତାଙ୍କ ପ୍ରଶଂସକଙ୍କୁ ପଚାରୁଛନ୍ତି କି ତାଙ୍କ ପାଇଁ ଆଉ ଏକ ଚାକିରି ଉପଲବ୍ଧ କି? ହଠାତ୍‌ ବିଗ ବିଙ୍କ ଏହି କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ନିକଟରେ ଅମିତାଭ କରୋନାରୁ ସୁସ୍ଥ ହୋଇଛନ୍ତି। ସେ କରୋନାରେ ଆକ୍ରାନ୍ତ ହୋଇ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। କିଛି ଦିନ ପୂର୍ବରୁ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା। ତାଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ ମଧ୍ୟ କରୋନା ଯୁଦ୍ଧରେ ଜିତିଛନ୍ତି।

Share