ଶୁଟିଂ ସେଟ୍‌କୁ ଫେରିଲେ ଅମିତାଭ ବଚ୍ଚନ

କରୋନା ହରାଇବା ପରେ ଅଭିନେତା ଅମିତାଭ ବଚ୍ଚନ ପୁଣି ଶୁଟିଂ ସେଟକୁ ଫେରିଛନ୍ତି। ସେ ଲୋକପ୍ରିୟ ଟିଭି ସୋ କୌନ ବନେଗା କରୋଡପତିର ଶୁଟିଂ ଆରମ୍ଭ କରିଛନ୍ତି। ଅମିତାଭ ଶୁଟିଂ ସେଟ୍‌ର ଏକ ଚିତ୍ର ମଧ୍ୟ ଶେୟାର କରିଛନ୍ତି ଯେଉଁଥିରେ କ୍ରୁ ସଦସ୍ୟମାନେ ପିପିଏ କିଟ୍‌ରେ ନଜର ଆସିଛନ୍ତି। ଫଟୋ ଶେୟାର କରିବାବେଳେ ଅମିତାଭ ଲେଖିଛନ୍ତି- କାମକୁ ଫେରିଲି, ନୀଲ ପିପିଇ ସମୁଦ୍ର ଭିତରେ କେବିସି ୧୨ର ଶୁଟିଂ ଆରମ୍ଭ …. ଆଜି ୨୦୦୦ରେ ଆରମ୍ଭ ହୋଇଥିଲା ଆଜି ୨୦୨୦, ଦୀର୍ଘ ୨୦ ବର୍ଷର ଯାତ୍ରା, ବେଶ୍‌ ଭଲ। ଏହାପୂର୍ବରୁ ବିଗ ବି ଟୁଇଟ୍‌ କରି ତାଙ୍କ କାମ ଆରମ୍ଭ ବିଷୟରେ କହିଥିଲେ। ଲକଡାଉନ ସମୟରେ ଫିଲ୍ମ ଏବଂ ଟିଭି ଶୋ’ର ଶୁଟିଂ ବନ୍ଦ ଥିଲା। ଫଳରେ ସେଲିବ୍ରିଟିମାନେ ଘରୁ ଶୁଟିଂ କରୁଥିଲେ। ଘରୁ କେବିସି ୧୨ ପାଇଁ ଅମିତାଭ ମଧ୍ୟ ଶୁଟିଂ କରୁଥିଲେ। ଶୋ’ର ପଞ୍ଜୀକରଣ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ହଠାତ୍‌ ଅମିତାଭ କରୋନା ପଜିଟିଭ ଥିବା ଜଣାପଡିବା ପରେ ସେ ବିରତି ନେଇଥିଲେ। ଦୁଇ ସପ୍ତାହରୁ ଅଧିକ ସମୟ ହସ୍ପିଟାଲରେ ଭର୍ତ୍ତି ହେବାପରେ ସେ ସୁସ୍ଥ ହୋଇ ଫେରିଥିଲେ।

Share