ଲଦାଖରୁ ଫେରି ଅମିତାଭ ଶେୟାର କଲେ ଫଟୋ, ଲେଖିଲେ ଏମିତି କିଛି…

ମୁମ୍ବାଇ: ଆଜିକାଲି ସାରା ଦେଶରେ ଶୀତର ଲହରୀ ଜାରି ରହିଛି। ଅନେକ ସ୍ଥାନରେ ବର୍ଷା ହେତୁ ତାପମାତ୍ରା ଯଥେଷ୍ଟ ହ୍ରାସ ପାଇଛି। ନିକଟରେ ବିଗ୍‌ ବି ଅମିତାଭ ବଚ୍ଚନ ଲଦାଖ ଟ୍ରିପ୍‌ରୁ ଫେରିଛନ୍ତି। ଏହା ଖୁବ୍‌ କମ୍‌ଦିନର ଯାତ୍ରା ଥିଲା। ଏହି ସମୟ ମଧ୍ୟରେ ପ୍ରବଳ ଥଣ୍ଡା ଯୋଗୁ ଅମିତାଭଙ୍କ ଅବସ୍ଥା ଖରାପ ହୋଇଯାଇଥିଲା। ସାଧାରଣ ଅଞ୍ଚଳରେ ଯେତେବେଳେ ତାପମାତ୍ରା ଏତେ ହ୍ରାସ ପାଇଲା, ଲଦାଖରେ କେତେ ଶୀତ ହେବ ତାହା ଆକଳନ କରାଯାଇପାରେ। ଅମିତାଭ ଲଦାଖ ଟ୍ରିପ୍‌ରୁ ଫେରି ଏକ ଫଟୋ ଶେୟାର କରିବା ସହ ଶୀତଦିନେ ତାଙ୍କ ଅବସ୍ଥା ପ୍ରକାଶ କରିଛନ୍ତି।

ଶେୟାର ଫଟୋରେ ବିଗ୍‌ ବି ଲେଖିଛନ୍ତି, ନିଜକୁ ଶୀତରୁ ରକ୍ଷା କରୁଛି। ସେ ଟ୍ରାକିଂ ଜ୍ୟାକେଟରେ ଅଛନ୍ତି। ଏହା ବ୍ୟତୀତ ସେ ସ୍ନୋ ଚଷମା ବି ଲଗାଇଛନ୍ତି। ଗ୍ଲୋଭ୍‌ସ ପିନ୍ଧିବା ସହ ଏକ ମଙ୍କି କ୍ୟାପ୍‌ ଦେଇଛନ୍ତି। କିନ୍ତୁ ମାଇନସ୍‌ ୩୩ ଡିଗ୍ରୀ ତାଙ୍କ ଅବସ୍ଥାକୁ ଆହୁରି ଖରାପ କରିଦେଇଛି। ଫଟୋ ଶେୟାର କରିବା ସହିତ ଅମିତାଭ ଟ୍ବିଟରରେ ଲେଖିଛନ୍ତି ଯେ, ମୁଁ ଲଦାଖରୁ ଆସିଛି। ଯେଉଁଠି ତାପମାତ୍ରା ମାଇନସ୍‌ ୩୩ ଡିଗ୍ରୀ। ଏପରିକି ଏତେ ବ୍ୟବସ୍ଥା ମୋତେ ଶୀତରୁ ରକ୍ଷା କରିପାରିଲା ନାହିଁ ।

Share