ବିଗ୍ ବି ଅମିତାଭ ଆହତ

ମୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଏବେ ଗେମ ଶୋ’ କୌନ ବନେଗା କରୋଡପତିରେ ନଜର ଆସୁଛନ୍ତି । ନିକଟରେ ସେ ତାଙ୍କ ବ୍ଲଗରେ କହିଥିଲେ କି କୌନ ବନେଗା କରୋଡପତି ସେଟ୍‌ରେ ସେ ସାମାନ୍ୟ ଆହତ ହୋଇଛନ୍ତି । ଅମିତାଭଙ୍କ ଗୋଡ଼ର ଶିର କଟିଯାଇଥିଲା । ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅମିତାଭ ତାଙ୍କ ବ୍ଲଗରେ ଏହି ଦୁର୍ଘଟଣା ସମ୍ପର୍କରେ ଶେୟାର କରିଥିଲେ, ଏହାସହ ସେ ଲେଖିଥିଲେ ଏମିତି ଦୁର୍ଘଟଣା ବେଳେ ବେଳେ ହୋଇଥାଏ । କିନ୍ତୁ ଏହି ଦୁର୍ଘଟଣାରେ ଅମିତାଭ ଅଳ୍ପ ଆହତ ହୋଇଥିଲେ ବି ରକ୍ତ ବନ୍ଦ ରିବାକୁ କିଛି ଟାଙ୍କା ପଡିଥିଲା । ଏହାସହ ସେ ପ୍ରଶଂସକଙ୍କୁ ଆଶ୍ୱସନା ଦେଇ କହିଛନ୍ତି ଏବେ ସେ ଠିକ୍ ଅଛନ୍ତି ।

ଅମିତାଭ ତାଙ୍କ ବ୍ଲଗରେ ଲେଖିଛନ୍ତି ଧାତୁର ଏକ ଧାରୁଆ ଖଣ୍ଡ ଲାଗିଯିବାରୁ ବାମ ଗୋଡ କଟି ଯାଇଥିଲା । ଏଥିରେ ଶିର କଟିଯାଇଥିଲା । ତେବେ ଶିର କଟିଲେ ରକ୍ତ ବୋହିବା ଅଧିକ ହୋଇଥାଏ । ହେଲେ ଷ୍ଟାଫ ଓ ଡାକ୍ତରୀ ଟିମର ଠିକ ସମୟରେ ସାହାଯ୍ୟ ମିଳିବାରୁ ଏହା କଣ୍ଟ୍ରୋଲ ହୋଇଯାଇଛି । ଆଉ ଏଥିରେ ସିଲେଇ ପଡିଛି ବା ଟାଙ୍କା ଲାଗିଛି ।
ଏହାସହ ଅମିତାଭ ଲେଖିଛନ୍ତି, ଡାକ୍ତର ତାଙ୍କୁ ପରାମର୍ଶ ଦେଇଛନ୍ତି କି ଚଲାବୁଲା ନ କରିବାକୁ, ଗୋଡରେ କୌଣସି ଚାପ ନ ଦେବାକୁ, ଏମିତିକି ଟ୍ରେଲ ମିଲରେ ୱାକ କରିବାକୁ ବି ମନା କରାଯାଇଛି । ସୂଚନାଯୋଗ୍ୟ, ବେଶ କିଛି ବର୍ଷ ହେବ ଅମିତାଭ କେବିସି ସହ ଯୋଡି ହୋଇ ରହିଛନ୍ତି । ଏହି ଶୋ’ରେ ଦର୍ଶକେ ଅମିତାଭଙ୍କୁ ଖୁବ୍ ପସନ୍ଦ କରି ଥାଆନ୍ତି । ଶୋରେ ବିଗ ବି ତାଙ୍କ ଲାଇଫ ସମ୍ପର୍କକେ କିଛି କିଛି କଥା ବି ଶେୟାର କରିଥାଆନ୍ତି । ପ୍ରତିଯୋଗୀଙ୍କ ସହ ହସଖୁସି ବି କରିଥାଆନ୍ତି ଅମିତାଭ । ଶୋ’ରେ ଅମିତାଭଙ୍କର ଖୁବ୍ ଯତ୍ନ ନିଆଯାଇଥାଏ, ଏହାସହ ତାଙ୍କୁ ବହୁତ ଭଲପାଇବା ବି ଦିଆଯାଇଥାଏ ।

Share