ଅମିତାଭଙ୍କ ପୋଲିସ ବଡିଗାର୍ଡଙ୍କ ବଦଳି; ୧.୫ କୋଟି ଦରମା ପାଉଥିବା ଜଣାପଡ଼ିବା ପରେ…

ବମ୍ବେ: ଦରମାକୁ ନେଇ ଚର୍ଚ୍ଚାକୁ ଆସିଥିଲେ ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କ ପୋଲିସ ବଡିଗାର୍ଡ ଜିତେନ୍ଦ୍ର ଶିନ୍ଦେ। ତାଙ୍କର ମାସିକ ପାଉଣା ୧.୫ କୋଟି ଟଙ୍କା ବୋଲି ରିପୋର୍ଟ ପ୍ରକାଶ ପାଇଥିଲା। ଏଥିପାଇଁ ତାଙ୍କୁ ମୁମ୍ବାଇ ପୋଲିସ ଡିପାର୍ଟମେଣ୍ଟକୁ ବଦଳି କରିଦିଆଯାଇଛି।

ସରକାରଙ୍କ ତରଫରୁ ଏକ୍ସ କାଟାଗୋରୀର ସୁରକ୍ଷା ବିଗ୍‌ବିଙ୍କୁ ଦିଆଯାଉଛି। ଏଥିଲାଗି ଦୁଇଜଣ କନଷ୍ଟେବଳଙ୍କୁ ନିଯୁକ୍ତି ଦିଆଯାଇଛି। କନ୍‌ଷ୍ଟେବଳ ଜିତେନ୍ଦ୍ର ଏଯାବତ ଅମିତାଭଙ୍କ ପୋଲିସ ବଡିଗାର୍ଡ ଭାବେ କାମ କରୁଥିଲେ। ୨୦୧୫ରୁ ସେ ଏହି କାର୍ଯ୍ୟରେ ନିୟୋଜିତ ଥିଲେ। ହେଲେ ସେ ମାସିକ ୧.୫ କୋଟି ଟଙ୍କା ରୋଜଗାର କରୁଥିବା ନେଇ ଖବର ପ୍ରକାଶିତ ହୋଇଥିଲା। ଏହି ମାମଲାରେ ପୋଲିସ ନିଜର ଯାଞ୍ଚ ଆରମ୍ଭ କରିଛି।

ଅମିତାଭ ତାଙ୍କୁ ଟଙ୍କାଟିଏ ବି ପାଉଣା ଦେଉ ନ ଥିବା ସିନ୍ଦେ କହିଛନ୍ତି। ତାଙ୍କ ସ୍ତ୍ରୀଙ୍କ ନାମରେ ସିକ୍ୟୁରିଟି ଏଜେନ୍ସି ରହିଛି। ହେଲେ ମାଲିକାନା ତାଙ୍କ ନାମରେ ରହିଛି ବୋଲି ସିନ୍ଦେ କହିଛନ୍ତି।

Share