ଏଲନ ମସ୍କଙ୍କ ସାମ୍ନାରେ ହାତ ଯୋଡିଲେ ଅମିତାଭ!

ମୁମ୍ବାଇ: ବଲିଉଡ ଦୁନିଆର ସୁପରଷ୍ଟାର ଅମିତାଭ ବଚ୍ଚନ ସେହି ସେଲିବ୍ରିଟିମାନଙ୍କ ମଧ୍ୟରୁ ଜଣେ ଯେକି ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ। ବଲିଉଡରୁ ସାମାଜିକ ଓ ରାଜନୈତିକ ପ୍ରାୟ ସମସ୍ତ ପ୍ରସଙ୍ଗ ଉପରେ ମତ ରଖୁଥିବା ଅମିତାଭଙ୍କର ରହିଛନ୍ତି ବହୁ ପ୍ରଶଂସକ। ବେଳେ ବେଳେ ତାଙ୍କ ପିତାଙ୍କ ଦ୍ୱାରା ଲିଖିତ କବିତା ଓ ନିଜେ ଲେଖିଥିବା ଚିଠିକୁ ବି ସେ ସୋସିଆଲ ମିଡିଆରେ ଶେୟାର କରିଥାଆନ୍ତି। ପ୍ରଶଂସକ ବି ତାଙ୍କ ପୋଷ୍ଟକୁ ଅପେକ୍ଷା ରଖି ଥାଆନ୍ତି। ଯଦି ତାଙ୍କ ପୋଷ୍ଟରେ କିଛି ଭୁଲ ହୋଇଯାଇଥାଏ ତେବେ ତାଙ୍କ ପ୍ରଶଂସକ ଏହାକୁ ଠିକ୍‌ କରିବାକୁ ଉପଦେଶ ମଧ୍ୟ ଦେଇଥାଆନ୍ତି। ତତପଶ୍ଚାତ ଏବେ ଅମିତାଭ ଟୁଇଟରର ମାଲିକ ଏଲନ ମସ୍କଙ୍କ ସାମ୍ନାରେ ହାତ ଯୋଡି ଏକ ଗୁହାରି କରିଛନ୍ତି।
ଅମିତାଭ ବଚ୍ଚନ ଗତ ରାତିରେ ଟୁଇଟରରେ ଏକ ପୋଷ୍ଟ କରିଥିଲେ। ସେ ଏହା ଟୁଇଟର ମାଲିକଙ୍କ ନାଁରେ କରିଥିଲେ। ଏଥିରେ ସେ ଲେଖିଥିଲେ, ଟୁଇଟର ମାଲିକ ଭାଇ ଏହି ଟୁଇଟରରେ ଏକ ଏଡିଟ ବଟମ ଲଗାଇଦିଅ ପ୍ଲିଜ!!! ବାରମ୍ବାର ଯେବେ ଭୁଲ ହୋଇଯାଉଛି, ଆଉ ଶୁଭଚିନ୍ତକ ଆମକୁ ଏହା କହୁଛନ୍ତି, ସେତେବେଳେ ପୁରା ଟୁଇଟକୁ ଡିଲିଟ କରିବାକୁ ପଡୁଛି। ନାହିଁ ତ ଭୁଲ ଟୁଇଟକୁ ଠିକ କରି ପୁଣିଥରେ ପୋଷ୍ଟ କରିବାକୁ ପଡୁଛି। ହାତ ଯୋଡୁଛି।
ଅମିତାଭଙ୍କର ଏହି ଟୁଇଟର ଖୁବ ଚର୍ଚ୍ଚା ହେଉଛି। ଏପଟେ ତାଙ୍କର କେତେଜଣ ପ୍ରଶଂସକ ତାଙ୍କୁୁ ଉପଦେଶ ଦେଉଛନ୍ତି କି, ଟିକେ ସତର୍କ ହୋଇ ଟୁଇଟ କରନ୍ତୁ। ଅନ୍ୟଜଣେ ଲେଖିଛନ୍ତି, ଭୁଲ ନ ହେଉ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ସୂଚନାଯୋଗ୍ୟ, ଅମିତାଭ ବଚ୍ଚନ ଏହି ଟୁଇଟ ୧୯ ଏପ୍ରିଲ ରାତି ୧୧ଟା ୧୩ରେ କରିଥିଲେ। ଅମିତାଭ ତାଙ୍କ ଟୁଇଟରେ ନମ୍ବର ବି ଦେଇଥାଆନ୍ତି। ଯେମିତିକି ତାଙ୍କର ଏକ ଟୁଇଟ ଆଗରେ ଟି ୪୬୨୨ ଲେଖାଯାଇଛି। କେବେ କେବେ ଏହି ନମ୍ବର ଲେଖିବାରେ ବି ଭୁଲ ହୋଇଯାଇଥାଏ। ଟୁଇଟ ପୋଷ୍ଟ ହୋଇଯିବା ପରେ ଏହାକୁ ଏଡିଟ କରାଯାଇପାରେ ନାହିଁ। ଡିଲିଟ କରିବା ହିଁ ଏହାର ସମାଧାନ। ଏହି କାରଣରୁ ଅମିତାଭ ବଚ୍ଚନ ଏଥିପାଇଁ ଏଡିଟ ବଟନ ଡିମାଣ୍ଡ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ଖୋଜାଖୋଜି ଜାରି

ବାଙ୍କୀ, ୭।୭: କଟକ ଜିଲା ବାଙ୍କୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖସ୍ଥ ମହାନଦୀ ଘାଟରେ ଏକ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକ ପାଣି ସ୍ରୋତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri