ଜୟାଙ୍କ ନମ୍ବରକୁ ଏହି ନାଁରେ ସେଭ୍‌ କରି ରଖଛନ୍ତି ଅମିତାଭ ବଚ୍ଚନ

ଆଜି ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ୪୯ ତମ ବିବାହ ବାର୍ଷିକୀ। ଏହି ଅବସରରେ ଅମିତାଭ ଏକ ପୁରୁଣା ଫଟୋ ଶେୟାର କରି ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦୀର୍ଘ ବର୍ଷ ଦାମ୍ପତ୍ୟ ଜୀବନକୁ ସଫଳତାର ସହ ଆଗେଇ ନେଇଥିବା ଅମିତାଭ ବଚ୍ଚନ ଏବଂ ଜୟା ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି।
‘କୌନ ବନେଗା କରୋଡପତି’ରେ ଅମିତାଭ ବଚ୍ଚନ ଜଣେ ପ୍ରତିଯୋଗୀ ପଚାରିବାରୁ ଜୟା ବଚ୍ଚନଙ୍କ ବିଷୟରେ ଅନେକ ଖୁଲାସା କରିଥିଲେ। ଅମିତାଭ କହିଥିଲେ, ଜୟାଙ୍କ ଫୋନ୍‌ ନମ୍ବର ଜେବିରେ ସେ ଫୋନରେ ସେଭ୍‌ କରି ରଖିଛନ୍ତି। ଏହା ସହ ବିବାହର ଏକ ରୋଚକ କାହାଣୀ ଅମିତାଭ ନିଜେ କିଛି ବର୍ଷ ପୂର୍ବେ ବର୍ଣ୍ଣନା କରିଥିଲେ। ସେ କହିଥିଲେ- ମୁଁ ଏବଂ ଜୟା ଫିଲ୍ମ ‘ଜଞ୍ଜୀର’ରେ ଏକାଠି କାମ କରୁଥିଲୁ। ନିଷ୍ପତ୍ତି ନିଆଗଲା ଯେ ଯଦି ଫିଲ୍ମ ହିଟ ହୋଇଯାଏ, ତେବେ ସମସ୍ତେ ଲଣ୍ଡନ ଯିବେ। ଏହା ଜାଣିବା ପରେ ଅମିତାଭଙ୍କ ପିତା ରାଗିଯାଇଥିଲେ। ସେ କହିଥିଲେ ବିବାହ ପରେ ହିଁ ମୁଁ ତୁମକୁ ଏକାଠି ଲଣ୍ଡନ ଯିବାକୁ ଦେବି। ଏହାପରେ ଉଭୟ ତୁରନ୍ତ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଏକ ଅତି ସରଳ ସମାରୋହରେ ଉଭୟଙ୍କ ହାତଗଣ୍ଠି ପଡିଥିଲା।
ଜୁନ ୩, ୧୯୭୩ରେ ଦୁହେଁ ବିବାହ କରିଥିଲେ। ଏହି ବିବାହ ଜୟା ବଚ୍ଚନଙ୍କ ଜଣେ ବନ୍ଧୁଙ୍କ ଘରେ ଅନୁଷ୍ଠିତ ହୋଇଥିଲା। ଏହି ବିବାହରେ କେବଳ ପରିବାର ଏବଂ ଘନିଷ୍ଠ ବ୍ୟକ୍ତି ଉପସ୍ଥିତ ଥିଲେ। ବିଗ ବି କହିଥିଲେ ଯେ, ସେତେବେଳେ ସେ ଏକ ଭଡା ଘରେ ରହୁଥିଲେ, ତେଣୁ ଜୟାଙ୍କ ବନ୍ଧୁଙ୍କ ଘରେ ଏହି ବିବାହ ହୋଇଥିଲା। ଫିଲ୍ମ ‘ଜଞ୍ଜୀର’ ମଧ୍ୟ ହିଟ ହୋଇଥିଲା ଏବଂ ପରେ ପୁରା ଟିମ ଏକାଠି ଲଣ୍ଡନ ଯାଇଥିଲେ। ଚଳଚ୍ଚିତ୍ରର ଉତ୍ସବ ସହିତ ସେ ଏଠାରେ ତାଙ୍କର ହନିମୁନ ମଧ୍ୟ ପାଳନ କରିଥିଲେ। ଦୁହେଁ ଏକାଠି ଅନେକ ଫିଲ୍ମ କରିଛନ୍ତି । ଏଥିମଧ୍ୟରେ ‘ଶୋଲେ’, ‘ମିଲି’, ‘ଗୁଡି’ ଏବଂ ‘ସିଲସିଲା’ ଭଳି ଚଳଚ୍ଚିତ୍ର ଅନ୍ତର୍ଭୁକ୍ତ। ଉଭୟଙ୍କର ଅଭିଷେକ ବଚ୍ଚନ ଏବଂ ଶ୍ୱେତା ବଚ୍ଚନଙ୍କର ଦୁଇଟି ସନ୍ତାନ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ କର୍ତ୍ତବ୍ୟ ପଥ ପରେଡରେ ଭାଗ ନେଇ ଫେରିଲେ ରାଜ୍ୟର ଗୌରବ ରାକେଶ

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏନ୍‌ସିସି ଆର୍ମି ୱିଂଗର କ୍ୟାଡେଟ ରାକେଶ ଭୂୟାଁଙ୍କୁ ମଙ୍ଗଳବାର କଲେଜ ପକ୍ଷରୁ ସମ୍ବର୍ଦ୍ଧନା…

ନେଦରଲାଣ୍ଡ୍ସ ୭ ଉଇକେଟରେ ବିଜୟୀ: ସୁପର-୮ ଆଶା ଉଜ୍ଜୀବିତ

ନୂଆଦିଲ୍ଲୀ, ୧୦ା୨: ଆଇସିସି ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ଗ୍ରୁପ୍‌ ‘ଏ’ ମ୍ୟାଚରେ ନେଦରଲାଣ୍ଡ୍ସ ୭ ଉଇକେଟରେ ନାମିବିୟାକୁ ହରାଇ ଦେଇଛି। ପ୍ରଥମ ମ୍ୟାଚରେ ପାକିସ୍ତାନଠାରୁ…

ଫେବୃଆରୀ ୧୨ରେ ଭାରତ ବନ୍ଦ, ଜାଣନ୍ତୁ ବ୍ୟାଙ୍କ ଖୋଲା ରହିବ ନା ବନ୍ଦ…

ନୂଆଦିଲ୍ଲୀ,୧୦।୨: ଯଦି ଆପଣଙ୍କର କୌଣସି ବ୍ୟାଙ୍କ କିମ୍ୱା ସରକାରୀ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ କାମ ଅଛି ଏବଂ ଆପଣ ଏହାକୁ ଫେବୃଆରୀ 12 ତାରିଖରେ ସମାପ୍ତ କରିବାକୁ ଯୋଜନା…

ଭାରତ ବନ୍ଦ ଡାକରା, ଓଡ଼ିଶାରେ ଏହି ୫ଟି ସେବାରେ ପଡିବ ବଡ ପ୍ରଭାବ!

ନୂଆଦିଲ୍ଲୀ,୧୦।୨: ବଡ ଖବର । ପୁଣି ଭାରତ ବନ୍ଦ ଡାକରା । ପୁଣି ଅଖ ଚକ ହେବ ଜାମ୍ । ଏ ନେଇ ବଡ ଖବର ସାମ୍ନାକୁ…

ସତ୍ୟବ୍ରତ ହତ୍ୟାକାଣ୍ଡ: ପ୍ରେମିକାଙ୍କୁ ଥାନାକୁ ନେଇ ଖଟାପାଣି ପିଆଇଥିଲା ପୋଲିସ

ଭୁବନେଶ୍ୱର,୧୦।୨: ଭୁବନେଶ୍ବର ଚନ୍ଦ୍ରଶେଖରପୁର ଟ୍ୟାକ୍ସି ଡ୍ରାଇଭର ହତ୍ୟା ଘଟଣା ଦିନକୁ ଦିନ ନୂଆ ମୋଡ ନେଇଛି। ଯାହା ଚାଞ୍ଚଲ୍ୟ ସୃଷ୍ଟ କରିଛି। ଏବେ ଯେଉଁ ଘଟଣା ସାମ୍ନାକୁ…

ଏମ୍‌କେସିଜିରେ ଭର୍ତ୍ତି ହେଲେ ବିକ୍ରମ: ହୋଇପାରେ ଅସ୍ତ୍ରୋପଚାର

ବ୍ରହ୍ମପୁର,୧୦ା୨(ସୁବାସ ଚନ୍ଦ୍ର ପାଢ଼ୀ): ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ମଙ୍ଗଳବାର ଏମ୍‌କେସିଜି ମେଡିକାଲରେ…

ସୁନା ୩ହଜାର ରୂପା ୯ହଜାର, ୧୦ଦିନରେ ଆହୁରି ଖସିବ…

ନୂଆଦିଲ୍ଲୀ,୧୦।୨: ୧ ଫେବୃଆରୀରୁ ୧୦ ଫେବୃଆରୀ, ୨୦୨୬ ପର୍ଯ୍ୟନ୍ତ ଗତ ୧୦ ଦିନ ମଧ୍ୟରେ ସୁନା ଏବଂ ରୂପା ମୂଲ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଦେଇଛି। ଜାନୁଆରୀ ଶେଷରେ…

ପାଞ୍ଜି, କ୍ୟାଲେଣ୍ଡରରେ ତଥ୍ୟ ନିର୍ଭୁଲ ରହିବ: ଭୁଲ ଛାପିଲେ ହେବ…

ପୁରୀ,୧୦।୨: ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମଙ୍ଗଳବାର ପଞ୍ଜିକା ସମୀକରଣ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଗଣମାଧ୍ୟମକୁ ଏକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri