କ୍ୟାଟ୍ରିନା କୈଫ୍‌ଙ୍କ ବିବାହରେ ମନଭରି ସ୍ତ୍ରୀଙ୍କ ସହ ନୃତ୍ୟକଲେ ଅମିତାଭ ବଚ୍ଚନ

ମହାମାରୀ କରୋନା ଯୋଗୁ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସରକାର ମଧ୍ୟ ଲୋକଙ୍କ ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦେଉଛନ୍ତି। ଏହାରି ମଧ୍ୟରେ ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କର ଏକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟି ହେଉଛି କ୍ୟାଟ୍‌ଙ୍କ ବିବାହ ସମୟର। ଏହି ଅବସରରେ ଅମିତାଭ ବଚ୍ଚନ ଖୁବ୍‌ ନାଚୁଥିବାର ଦେଖିବାକୁ ମିଳୁଛି। ସେହିପରି ପାଖରେ ଛିଡ଼ା ହୋଇଥିବା ଜୟା ବଚ୍ଚନ ବିଗ୍‌ ବିଙ୍କୁ ଏକ ଲୟରେ ଦେଖୁଥିବା ନଜର ଆସୁଛନ୍ତି।
ପ୍ରକୃତ ଘଟଣାଟା ହେଲା କ୍ୟାଟ୍‌, ବିଗ୍‌ ବି ଏବଂ ଜୟା ଏକ ଜୁଏଲାରି ବିଜ୍ଞାପନରେ କାମ କରିଛନ୍ତି। ଏହାର ଭିିଡିଓକୁ ବିଗ୍‌ ବି ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେୟାର କରିଛନ୍ତି।
ଏହି ଭିଡିଓଟି ବହୁତ ଭାବପ୍ରବଣ। ଏଥିରେ ବିଗ୍‌ ବିଙ୍କୁ କ୍ୟାଟ୍ରିନା କୈଫ୍‌ଙ୍କ ବାପା ଚରିତ୍ରରେ ଦେଖିବାକୁ ମିଳୁଛି। ଭିଡିଓରେ ଅମିତାଭ ସାଉଥ୍‌ ଇଣ୍ଡିୟନ୍‌ ଷ୍ଟାଇଲରେ ନୃତ୍ୟ କରୁଛନ୍ତି। ତାଙ୍କ ସହ ଜୟା ଏବଂ କ୍ୟାଟ୍‌ ଅଛନ୍ତି। ଏହି ଭିଡିଓକୁ ଶେୟାରକରି ବିଗ୍‌ ବି ଲେଖିଛନ୍ତି, ନୂତନ ସମ୍ପର୍କର ବିଶେଷ ଆରମ୍ଭ। ଯାହାକି ପ୍ରେମ, ପରମ୍ପରା ଏବଂ ସଂଯୋଗ ମାଧ୍ୟମରେ ଗଢ଼ିଉଠିଛି। ଏହି ଶୁଭ ସମୟଗୁଡିକୁ ଏକାଠି ଆଣିବାକୁ ମୁହୂର୍ତ୍ତ କୁହାଯାଏ। ବିବାହ ସମୟରେ ଅଳଙ୍କାର ଭାରତୀୟ କନ୍ୟାଙ୍କ ମଧ୍ୟରେ ଖୁସି ବାଣ୍ଟିଥାଏ ବୋଲି ସେ ଲେଖିଛନ୍ତି।
କ୍ୟାଟ୍‌ ବୋହୂ ବେଶରେ ନଜର ଆସୁଥିବା ବେଳେ ଅମିତାଭ ସାଉଥ୍‌ ଇଣ୍ଡିଆନ୍‌ ପୋଷାକ ପିନ୍ଧିଥିବା ଦେଖିବାକୁ ମିଳୁଛି।

Share