ମୁଁ ଅସୁସ୍ଥ: ବିଗ୍‌ ବି

ମୁମ୍ବାଇ: ମେଗାଷ୍ଟାର ଅମିତାଭ ବଚ୍ଚନ ୮୦ ବର୍ଷରେ ମଧ୍ୟ କଠିନ ପରିଶ୍ରମ କରନ୍ତି । ଏହି ବୟସରେ ସେ ୧୨ ଘଣ୍ଟା କାମ କରିବା ବ୍ୟତୀତ ସୁପର ଆକ୍ଟିଭ ବିଗ୍‌ ବି ଜିମ୍‌ ଯାଇ ଝାଳ ବୁହାଇଥାନ୍ତି। ପ୍ରଶଂସକମାନେ ସେମାନଙ୍କ ମେଗାଷ୍ଟାର ବିଷୟରେ ଚିନ୍ତା କରିଥାନ୍ତି। କାରଣ ଅତୀତରେ ତାଙ୍କର ପୂରା ପରିବାର କରୋନାରେ ଆକ୍ରାନ୍ତ ହୋଇଥିଲେ। ଏବେ ବିଗ୍‌ ବି ଏକ ଟୁଇଟ୍‌ କରି ପୁଣି ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛନ୍ତି।

ରବିବାର ରାତିରେ ବିଗ୍‌ ବି ଟୁଇଟ୍‌ କରି କହିଛନ୍ତି, ମୋ’ ହାର୍ଟ ବିଟ୍‌ ବଢ଼ିଯାଇଛି। ମୁଁ ଚିନ୍ତିତ ଅନୁଭବ କରୁଛି। ଆଶା କରୁଛି ସବୁକିଛି ଠିକ୍‌ ହୋଇଯିବ। ବିଗ୍‌ ବି’ଙ୍କ ଏହି ଟୁଇଟ୍‌ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ପ୍ରଶଂସକମାନେ ସ୍ପଷ୍ଟ ହୋଇପାରୁନାହାନ୍ତି ତାଙ୍କ ସହ କ’ଣ ହୋଇଛି। ସେମାନେ ମଧ୍ୟ ଅମିତାଭଙ୍କ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

Share