ଖରାପ ଅଭ୍ୟାସରେ ପଡ଼ିଯାଇଛନ୍ତି ଅମିତାଭ ବଚ୍ଚନ

ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଏବେ ଚର୍ଚ୍ଚାରେ ଅଛନ୍ତି। ସେ ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ। ପ୍ରତିଦିନ ପ୍ରଶଂସକଙ୍କ ସହ ନିଜସ୍ବ ମତ କିଛି ବାଣ୍ଟନ୍ତି । ଆଜିକାଲି ବିଗ ବି ରିଅଲିଟି ଶୋ’ କୌନ ବନେଗା କରୋଡପତି ୧୫ର ହୋଷ୍ଟ କରୁଛନ୍ତି। ଶୋ’ରେ ସେ ପ୍ରତିଯୋଗୀମାନଙ୍କ ସହିତ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କିଛି କଥା ଶେୟାର କରିଥାନ୍ତି। ଗତ ସୋମବାର ଏପିସୋଡ ସ୍ବତନ୍ତ୍ର ଥିଲା। ଏହି ଏପିସୋଡରେ ସମାଜ ପାଇଁ ଭଲ କାମ କରଥିବା ବ୍ୟକ୍ତିଙ୍କୁ ସମ୍ମାନୀତ କରାଯାଇଥିଲା। ଅଭିନେତା ରଣଦୀପ ହୁଡ୍ଡା ସାମାଜିକ କର୍ମୀ ପୁନା ତାମ୍ବେକର ସହ ନଜର ଆସିଥାନ୍ତି।
ଏହି ପର୍ଯ୍ୟାୟରେ ଅତିଥି ସୋସିଆଲ ମିଡିଆ ନିଶା ବିଷୟରେ କହିଥିଲେ। ରଣଦୀପ କହିଛନ୍ତି, ଖେଳ ପ୍ରତି ନିଶା ଥିବାରୁ ଜଣେ ମହିଳା ନିଜ ପିଲାଙ୍କ ଜୀବନ ନେବାକୁ ପଛାଇ ନ ଥିଲେ। ଏହି ସମୟରେ ଅମିତାଭ ବଚ୍ଚନ ସୋସିଆଲ ମିଡିଆ ନିଶା ବିଷୟରେ ମଧ୍ୟ କହିଥିଲେ।
ଅମିତାଭ କହିଛନ୍ତି, ମୁଁ ଆଜିକାଲି ସୋସିଆଲ ମିଡିଆରେ ଅତ୍ୟଧିକ ବ୍ୟବହାର କରିବାକୁ ଲାଗିଛି। ବ୍ଲଗ ଲେଖି ଲେଖି ମୁଁ ବି ଏହାର ଅଭ୍ୟାସରେ ପଡିଗଲିଣି। ସୋସିଆଲ ମିଡିଆ ଦେଖୁ ଦେଖୁ ବେଳେବେଳେ ୧ରୁ ୨ ଘଣ୍ଟା ପର୍ଯ୍ୟନ୍ତ ବିତିଯାଏ ଜଣାପଡେ ନାହିଁ। ଏହା ବହୁତ ଖରାପ ଅଭ୍ୟାସ।
ଅମିତାଭ ବଚ୍ଚନଙ୍କୁ ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଗଣପତରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ କ୍ରିତି ସାନନ ଏବଂ ଟାଇଗର ଶ୍ରଫ ମୁଖ୍ୟ ଭୂମିକାରେ ନଜର ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ସ୍ବାଧୀନତା ଦିବସରେ ଲାଲ୍‌କିଲ୍ଲାରେ ପ୍ରଥମଥର ଘଟିବ ଏମିତି: ଘୋଷଣା କଲେ ସରକାର

ନୂଆଦିଲ୍ଲୀ, ୧୦ା୮:ଆସନ୍ତା ୧୫ ତାରିଖ ସ୍ବାଧୀନତା ଦିବସ ପାଳନ ବେଳେ ଦିଲ୍ଲୀର ଲାଲ୍‌କିଲ୍ଲାରେ ପ୍ରଥମ ଥର ପାଇଁ ଜାତୀୟ ଗାନ ‘ବନ୍ଦେ ମାତରମ୍‌’ ଗାୟନ କରାଯିବ। ୨୦୪୭…

ଓଟିପି, ପାସୱାର୍ଡ ଦେଉଥିଲେ ସାବଧାନ: ସାଇବର ଠକେଇରୁ ସତର୍କ ରହିବାକୁ ଛାତ୍ରୀଛାତ୍ରଙ୍କୁ…

ବଞ୍ଚୋ, ୧୦।୮8(ପ୍ରଦୋଷ ବିଶ୍ୱାଳ ): ଦିନକୁ ଦିନ ସାଇବର ଅପରାଧ ଓ ଅନଲାଇନ ଠକେଇ ବଢ଼ିଚାଲିଥିବା ବେଳେ ଏନେଇ ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ଆନନ୍ଦପୁର…

ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ: ଜାଣନ୍ତୁ କିଏ କେଉଁଠି ଉତ୍ତୋଳନ କରିବେ ପତାକା

ଭୁବନେଶ୍ୱର,୧୦।୮:ସ୍ବାଧୀନତା ଦିବସରେ କିଏ କେଉଁଠାରେ ପତାକା ଉତ୍ତୋଳନ କରିବେ ସେନେଇ ରାଜ୍ୟ ସରକାରଙ୍କ ତାଲିକା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଧାନୀର ରାଜ୍ୟସ୍ତରୀୟ ସ୍ବାଧୀନତା…

୩ ନାବାଳିକାଙ୍କୁ ଆନ୍ଧ୍ରପ୍ରଦେଶ ନେଉଥିଲେ ଦଲାଲ: ମାଡ଼ିବସିଲା ଶିଶୁ ସୁରକ୍ଷା ବିଭାଗ

ଛତ୍ରପୁର,୧୦।୮(ଦିଲ୍ଲୀପସାମଲ/ଦ୍ୱାରିକା ପଟ୍ଟନାୟକ): ଆନ୍ଧ୍ରପ୍ରଦେଶର ଗୁଡ଼ିୱାଡା ଅଞ୍ଚଳର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରିବା ପାଇଁ ଚାଲାଣ ହେଉଥିବା ୩ ଜଣ ନାବାଳିକାଙ୍କୁ ଛତ୍ରପୁର ରେଳ ଷ୍ଟେଶନରୁ ଉଦ୍ଧାର…

ସର୍ପ ଦଂଶନରେ ୨ ମାସର ଶିଶୁ ପୁତ୍ର ମୃତ, ବାପା ଅସୁସ୍ଥ: ଚିକିତ୍ସା ନ କରାଇ ଶିଶୁକୁ ପୋତିଦେଲେ…

ଦେବଗଡ,୧୦ା୮(ଶଶାଙ୍କ ଶେଖର ଝାଙ୍କର): ସର୍ପ ଦଂଶନରେ ୨ ମାସର ଶିଶୁପୁତ୍ର ମୃତ, ବାପା ଅସୁସ୍ଥ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିିଛି ଦେବଗଡ ଜିଲାର…

ନକଲି ଆଇଏଏସ୍‌ ଅଫିସର ଗିରଫ

ନୂଆଦିଲ୍ଲୀ, ୧୦ା୮: ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ଗୁପ୍ତ ଏଜେଣ୍ଟ ବୋଲି ପରିଚୟ ଦେଉଥିବା ଜଣେ ନକଲି ଆଇଏଏସ୍‌ ଅଫିସରଙ୍କୁ ପୋଲିସ ସୋମବାର ଗିରଫ…

ଶକ୍ତିଶାଳୀ ଭୂକମ୍ପ ଅନୁଭୂତ: ଭୟରେ ଘର ଛାଡ଼ି ପଳାଇଲେ ଲୋକେ

ବୋଗୋଟା, ୧୦।୮: ପଶ୍ଚିମ କୋଲମ୍ବିଆରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହା ୭.୬ ତୀବ୍ରତାର ଏହି ଭୂକମ୍ପ ଯୋଗୁ ଆମେରିକୀୟ ଦେଶ କୋଲମ୍ବିଆ ଏବଂ ଏହାର…

ରାଜ୍ୟଗୋଷ୍ଠୀ ଫେନ୍‌ସିଂରେ ଭାରତ ଜିତିଲା ୧୭ ପଦକ

ନୂଆଦିଲ୍ଲୀ,୧୦ା୮: ନାଇଜେରିଆର ଲାଗୋସରେ ଚାଲିଥିବା ୨୩ ବର୍ଷରୁ କମ୍‌ ରାଜ୍ୟଗୋଷ୍ଠୀ ଫେନ୍‌ସିଂ ଚାମ୍ପିୟନଶିପ୍‌ରେ ଭାରତ ଉଭୟ ପୁରୁଷ ଓ ମହିଳା ବିଭାଗରେ ଆଧିପତ୍ୟ ବିସ୍ତାର କରିଛି। ଇଭେଣ୍ଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri