ବିଗ୍ ବିଙ୍କ ଜନ୍ମଦିନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡାକଡି

ମୁମ୍ବାଇ: ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ଆଉ ୨ ଦିନ ପରେ ଅର୍ଥାତ୍ ଅକ୍ଟୋବର ୧୧ରେ ୭୮ ବର୍ଷରେ ପାଦ ଦେବେ । ହେଲେ ତା’ପୂର୍ବରୁ ମୁମ୍ବାଇ ସ୍ଥିତ ତାଙ୍କ ଘର ଆଗରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଅମିତାଭଙ୍କ ଜନ୍ମଦିନରେ ତାଙ୍କ ଘର ‘ଜଲସା’ ଆଗରେ ତାଙ୍କର ହଜାର ହଜାର ପ୍ରଶଂସକ ପ୍ରତିବର୍ଷ ଏକାଠି ହୋଇଥାଆନ୍ତି । ସେହି ଦୃଷ୍ଟିରୁ ଏଥର ଆଗୁଆ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ମୁମ୍ବାଇରେ ଏକେ କରୋନା ମହାମାରୀର ପ୍ରକୋପ ଚାଲିଥିବା ବେଳେ ଲୋକଙ୍କ ମଧ୍ୟରେ ସାମଜିକ ଦୂରତା ବଜାୟ ରଖିବାକୁ ପୋଲିସ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଛି । ଏହାସହ ନିକଟରେ କରୋନାରୁ ସୁସ୍ଥ ହୋଇ ଫେରିଥିବା ଅମିତାଭ ଏଥର ତଙ୍କ ଜନ୍ମଦିନକ୍‌ୁ ବିଶେଷ ଢଙ୍ଗରେ ପାଳନ କରିବେ ନାହିଁ ବୋଳି ଆଗରୁ କହିଛନ୍ତି । ସୁସ୍ଥ ହୋଇ ଫେରିବା ପରେ ଏବେ ବିଗ୍ ବି ତାଙ୍କ ରିୟଲିଟି ଶୋ’ କୌନ ବନେଗା କରୋଡପତି ପାଇଁ ବ୍ୟସ୍ତ ରହିଛନ୍ତି । ପ୍ରତିଦିନ ଏହାର ଶୁଟିଂ ଚାଲିଥିବା ବେଳେ ଏଥିପାଇଁ ସେ ୧୨ରୁ ୧୫ ଘଣ୍ଟା ସମୟ ଦେଉଛନ୍ତି ବୋଲି ପୂର୍ବରୁ କହିଥିଲେ । ତେଣୁ ଏଥର ସେ ତାଙ୍କ ଜନ୍ମଦିନକୁ ଧୁମଧାମରେ ପାଳନ କରିବେ ନାହିଁ ।

Share