ବଲିଉଡ୍‌ରେ ୫୨ ବର୍ଷ ପୂରଣ କଲେ ମହାନାୟକ

ବଲିଉଡରେ ବହୁତ କମ କଳାକାର ଅଛନ୍ତି, ଯେଉଁମାନେ ଚଳଚ୍ଚିତ୍ରରେ ପ୍ରବେଶ କରିବା ପରେ ବର୍ଷ ବର୍ଷ ଧରି ଏଠାରେ ସକ୍ରିୟ ରୁହନ୍ତିି। କେବଳ ଏତିକି ନୁହେଁ, ବୟସର ଅନେକ ପର୍ଯ୍ୟାୟ ଅତିକ୍ରମ କରିବା ପରେ ମଧ୍ୟ ହିଟ ଚଳଚ୍ଚିତ୍ର ଦେବା ଏବଂ ଦର୍ଶକଙ୍କ ପ୍ରିୟ ହୋଇ ରହିବା ସବୁ କଳାକାରଙ୍କ ପାଇଁ ସହଜର କଥା ନୁହେଁ। କିନ୍ତୁ ମହାନାୟକ ଅମିତାଭ ବଚ୍ଚନ ଏହା କରି ଦେଖାଇଛନ୍ତି। ୫୨ ବର୍ଷ ଧରି ସେ ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରିଆସୁଛନ୍ତି। ଆଜି ଅମିତାଭ ବଚ୍ଚନଙ୍କ ସହ କାମ କରୁଥିବା ଅନେକ କଳାକାର ଫିଲ୍ମରୁ ଦୂରେଇ ଯାଇଥିବାବେଳେ ବିଗ ବି ଫିଲ୍ମରେ ସକ୍ରିୟ ଅଛନ୍ତି। ଅମିତାଭ ବଚ୍ଚନଙ୍କ ଇଣ୍ଡଷ୍ଟ୍ରିରେ ୫୨ ବର୍ଷ ପୂରଣ କରିବା ଅବସରରେ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋ ଶେୟାର କରି ବିଗ ବି ପ୍ରଶଂସକମାନଙ୍କୁ ଧନ୍ୟବାଦ ଦେଇଥିଲେ। ସେ ଲେଖିଛନ୍ତି, ୫୨ ବର୍ଷ, ଧନ୍ୟବାଦ, ଏତେ ସମୟ ଅତିବାହିତ ହୋଇସାରିଛି। ବିଗ ବି ଶେୟାର କରିଥିବା ଫଟୋରେ ସେ ଅଭିନୟ କରିଥିବା ବିଭିନ୍ନ ଚଳିଚ୍ଚିତ୍ରର ଫଟୋ ରହିଛି।

 

Share