Posted inଜାତୀୟ

ଆତଙ୍କବାଦୀଙ୍କୁ ଅମିତ ଶାହଙ୍କ କଡ଼ା ଚେତାବନୀ, କହିଲେ- ‘ଖୋଜି ଖୋଜି ମାରିବୁ’

ନୂଆଦିଲ୍ଲୀ,୧।୫: ପହଲଗାମ୍ ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ଦେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆତଙ୍କବାଦୀଙ୍କୁ କଡା ଚେତାବନୀ ଦେଇଛନ୍ତି। ପ୍ରତିଟି ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିବାକୁ ସେ ଜୋର ଦେଇଛନ୍ତି।

ଅମିତ ଶାହ କହିଛନ୍ତି, “…ଯଦି କେହି କାପୁରୁଷ ଭଳି ଆକ୍ରମଣ କରି ଭାବୁଛନ୍ତି ଯେ ଏହା ସେମାନଙ୍କର ବଡ଼ ବିଜୟ, ତେବେ ଗୋଟିଏ କଥା ବୁଝନ୍ତୁ, ଏହା ହେଉଛି ନରେନ୍ଦ୍ର ମୋଦି ସରକାର, କାହାକୁ ଛଡ଼ାଯିବ ନାହିଁ। ଏହି ଦେଶର ପ୍ରତି ଇଞ୍ଚରୁ ଆତଙ୍କବାଦକୁ ମୂଳୋତ୍ପାଟନ କରିବା ଆମର ଦୃଢ଼ ସଂକଳ୍ପ ଏବଂ ଏହା ପୂରଣ ହେବ। କେବଳ ୧୪୦ କୋଟି ଭାରତୀୟ ନୁହଁ, ବରଂ ସମଗ୍ର ବିଶ୍ୱ ଏହି ଲଢ଼େଇରେ ଭାରତ ସହ ଛିଡ଼ା ହୋଇଛି। ବିଶ୍ୱର ସମସ୍ତ ଦେଶ ଏକଜୁଟ ହୋଇ ଆତଙ୍କବାଦ ବିରୁଦ୍ଧରେ ଏହି ଲଢ଼େଇରେ ଭାରତର ଜନତାଙ୍କ ସହ ଛିଡ଼ା ହୋଇଛନ୍ତି। ମୁଁ ପୁନର୍ବାର ଏହି ସଂକଳ୍ପକୁ ଦୋହରାଉଛି ଯେ ଯେପର୍ଯ୍ୟନ୍ତ ଆତଙ୍କବାଦ ସମ୍ପୂର୍ଣ୍ଣ ରୂପେ ନିର୍ମୂଳ ନ ହୁଏ, ଆମର ଲଢ଼େଇ ଜାରି ରହିବ ଏବଂ ଯେଉଁମାନେ ଏହା କରିଛନ୍ତି, ସେମାନଙ୍କୁ ନିଶ୍ଚିତ ଭାବେ ଉପଯୁକ୍ତ ଦଣ୍ଡ ଦିଆଯିବ।”

ସେ ଆହୁରି କହିଛନ୍ତି, “ଆଜି, ମୁଁ ଜନସାଧାରଣଙ୍କୁ କହିବାକୁ ଚାହୁଁଛି ଯେ ୯୦ ଦଶକରୁ କାଶ୍ମୀରରେ ଆତଙ୍କବାଦ ଚଳାଇଥିବା ଲୋକଙ୍କ ବିରୁଦ୍ଧରେ ଆମେ ଶୂନ୍ୟ ସହନଶୀଳତା ନୀତି ଅଧୀନରେ ଦୃଢ଼ତାର ସହ ଲଢ଼ୁଛୁ। ଆଜି, ସେମାନେ (ଆତଙ୍କବାଦୀମାନେ) ଏହା ଭାବିବା ଉଚିତ୍ ନୁହେଁ ଯେ ଆମ ନାଗରିକଙ୍କ ଜୀବନ ନେଇ ସେମାନେ ଯୁଦ୍ଧରେ ଜିତିଛନ୍ତି। ମୁଁ ସେହି ସମସ୍ତ ଲୋକଙ୍କୁ, ଯେଉଁମାନେ ଆତଙ୍କ ସୃଷ୍ଟି କରୁଛନ୍ତି, କହିବାକୁ ଚାହୁଁଛି ଯେ ଏହା ଯୁଦ୍ଧର ଶେଷ ନୁହେଁ; ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉପଯୁକ୍ତ ଜବାବ ଦିଆଯିବ।”


Enter your email to get our daily news in your inbox.

All Right Reserved By Dharitri.Com

କେଜ୍‌ରିଓ୍ବାଲଙ୍କ ବଡ଼ ଘୋଷଣା, ୪ରେ ବାହାରିବେ ପଦଯାତ୍ରା

ନୂଆଦିଲ୍ଲୀ,୧ା୮: ଖାଣ୍ଟି ପେଟ୍ରୋଲ ଏବଂ ଇ୨୦ (୨୦% ଇଥାନଲ ମିଶ୍ରିତ ପେଟ୍ରୋଲ) ମଧ୍ୟରୁ ଗ୍ରାହକ ଗୋଟିଏକୁ ବାଛିବା ନିମନ୍ତେ ପେଟ୍ରୋଲ ପମ୍ପଗୁଡ଼ିକରେ ସରକାର ବିକଳ୍ପ ବ୍ୟବସ୍ଥା ରଖିବାକୁ…

କାହିଁକି ହକି ଦଳର ଜର୍ସି ରଙ୍ଗ ବଦଳାଗଲା, ପ୍ରଶ୍ନ ଉଠାଇଲା ଖାର୍ଗେ

ନୂଆଦିଲ୍ଲୀ,୧ା୮: ଭାରତୀୟ ହକି ଦଳର ଜର୍ସିର ରଙ୍ଗ ଗେରୁଆ କରାଯିବା ଘଟଣାକୁ ନେଇ ଏବେ ବିବାଦ ଦେଖାଦେଇଛି। ସରକାରଙ୍କ ଏହି ନିଷ୍ପତ୍ତି ଉପରେ କଂଗ୍ରେସ ସଭାପତି ମଲିକାର୍ଜୁନ…

ମୋଦିଙ୍କ ଭିଡ଼ିଓକୁ ନେଇ କଡ଼ା ଟାର୍ଗେଟ କଲେ ରୋହଣୀ

ନୂଆଦିଲ୍ଲୀ,୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡିଓ ଜାରି କରି କହିଛନ୍ତି ଯେ ସେ ତାଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିଥିବା ପିଲାମାନଙ୍କୁ କ୍ଷମା କରିଦେଇଛନ୍ତି। ସାମ୍ପ୍ରତିକ…

ସାଧୁ ବେଶରେ ଅଭିନୟ ପଡ଼ିଲା ମହଙ୍ଗା, ପପୁ ଯାଦବଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୧।୮: ମୌସୁମୀ ଅଧିବେଶନ ୨୦୨୬ ସମୟରେ ସଂସଦରେ ରାମ ମନ୍ଦିର ଦାନ ଚୋରିକୁ ନେଇ ନାଟକ କରି ସାଂସଦ ପପୁ ଯାଦବ ଆଇନଗତ ଜାଲରେ ଫସିଯାଇଛନ୍ତି। କାରଣ…

‘ମୁଁ ଲଜ୍ଜିତ, ନିଜ ମୁହଁକୁ ଆଇନାରେ ଦେଖିପାରୁନି’ ପିଏମ ମୋଦିଙ୍କୁ ଅପଶବ୍ଦ କହିଥିବା ଯୁବତୀ ମାଗିଲେ କ୍ଷମା

ନୂଆଦିଲ୍ଲୀ,୧।୮: ଦିଲ୍ଲୀର ଜନ୍ତର-ମନ୍ତରରେ CJP ପ୍ରଦର୍ଶନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ଭାଷା ପ୍ରୟୋଗ କରିଥିବା ଯୁବତୀଜଣକ ସୋସିଆଲ ମିଡିଆରେ ଭିଡିଓ ଜାରି କରି…

ଅଜିତ ଡୋଭାଲଙ୍କୁ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର: ପଗଡ଼ି ପିନ୍ଧାଇଦେଲେ ଅମିତ ଶାହା

ନୂଆଦିଲ୍ଲୀ,୧।୮: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପୁଣେରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲଙ୍କୁ ସମ୍ମାନିତ କରିଛନ୍ତି। ଲୋକମାନ୍ୟ ତିଲକ ସ୍ମାରକୀ ଟ୍ରଷ୍ଟ ଦ୍ୱାରା…

‘ଯଦି ଇଥାନଲ ନଥାନ୍ତା, ତେବେ ପେଟ୍ରୋଲ ଲିଟର ପିଛା ୧୨୫ ଟଙ୍କାରେ ବିକ୍ରି ହେଉଥାନ୍ତା’: E-20 ଇନ୍ଧନକୁ ନେଇ ସଂସଦରେ ସରକାରଙ୍କ ଦାବି

ନୂଆଦିଲ୍ଲୀ,୧।୮: କେନ୍ଦ୍ର ସରକାର ସଂସଦରେ ପେଟ୍ରୋଲରେ ଇଥାନଲ ମିଶ୍ରଣ ନୀତିକୁ ଦୃଢ଼ ଭାବରେ ସମର୍ଥନ କରିଛନ୍ତି। ସରକାର ସ୍ପଷ୍ଟ କରିଛନ୍ତି ଯେ ଯଦି ଏହି ପଦକ୍ଷେପ ନିଆଯାଇ…

ହଠାତ ସ୍ଥଗିତ ରହିଲା ଟାଟା ଇନଷ୍ଟିଚ୍ୟୁଟରେ ଥିବା ସମାବର୍ତ୍ତନ ଉତ୍ସବ; ମୁଖ୍ୟ ବିଚାରପତି ଥିଲେ ମୁଖ୍ୟ ଅତିଥି, ଜାଣନ୍ତୁ ଏହାର କାରଣ

ମୁମ୍ବାଇ,୧।୮: ମୁମ୍ବାଇର ଟାଟା ସାମାଜିକ ବିଜ୍ଞାନ ପ୍ରତିଷ୍ଠାନ ବା ଟାଟା ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନସେସ୍‌ (TISS) ଅଗଷ୍ଟ ୨ରେ ହେବାକୁ ଥିବା ୮୬ତମ ସମାବର୍ତ୍ତନ ଉତ୍ସବକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri