Categories: ଜାତୀୟ

ମମତାଙ୍କୁ ଟାର୍ଗେଟ କଲେ ଶାହା

ମେଦିନାପୁର,୧୯ ।୧୨: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଶୁକ୍ରବାର ବିଳମ୍ବିତ ରାତିରେ କୋଲକାତାରେ ପହଞ୍ଚିଥିଲେ । ଶନିବାର ସେ ମେଦିନାପୁରରେ ଏକ ଜନସଭାକୁ ଉଦ୍‌ବୋଧନ ଦେବା ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ମମତା ବାନାର୍ଜୀ, ମା, ମନୁଷ ଓ ମାଟିର ସ୍ଲୋଗାନକୁ ଦୁର୍ନୀତି, ତୋଲାବାଜି ଓ ଆତ୍ମୀୟତାରେ ପରିବର୍ତ୍ତନ କରି ଦେଇଛନ୍ତି । ଲୋକ ସଭା ନିର୍ବାଚନ ପୂର୍ବରୁ ମମତାଙ୍କ ତ୍ରୁଣମୂଳ କଂଗ୍ରେସ(ଟିଏମ୍‌ସି) କହୁଥିଲା ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି(ଭାଜପା) ଖାତା ଖୋଲି ପାରିବ ନାହିଁ । ହେଲେ ଭାଜପାକୁ ୬୦ ଆସନ ମିଳିଲା । ସେମିତି ଏଥର ବିଧାନସଭା ନିର୍ବାଚନରେ ଭାଜପା ୨୦୦ ଆସନରେ ବିଜୟୀ ହୋଇ ସରକାର ଗଢିବ ବୋଲି ଶାହା ଦାବି କରିଛନ୍ତି । ଶାହାଙ୍କ ଉପସ୍ଥିତିରେ ଟିଏମ୍‌ସି ଛାଡିଥିବା ଶୁଭେନ୍ଦୁ ଅଧିକାରୀ ଭାଜପାରେ ମିଶିଥିବା ବେଳେ ଶାହା କହିଥିଲେ ଏହା ଆରମ୍ଭ ମାତ୍ର । ଯେତେବେଳେ ନିର୍ବାଚନ ହେବ ସେତେବେଳେ ମମତା ଏକେଲା ହୋଇଯାଇଥିବେ । ସୂଚନାଯୋଗ୍ୟ, ଆଗାମୀ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ଭାଜପା ଏବେଠାରୁ ପଶ୍ଚିମବଙ୍ଗରେ ଭୋଟରକୁ ହାତେଇବାକୁ ପ୍ରୟାସ ଆରମ୍ଭ କରି ସାରିଲାଣି ।

Share