ଗୃହମନ୍ତ୍ରୀ ଦେଖିବେ ଅକ୍ଷୟ କୁମାରଙ୍କ ଫିଲ୍ମ‘ପୃଥ୍ବୀରାଜ’

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏବଂ ମାନୁଷୀ ଚିଲ୍ଲାରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୃଥ୍ବୀରାଜ’ ଖୁବ୍‌ଶୀଘ୍ର ସିନେମା ହଲ୍‌ରେ ରିଲିଜ ହେବାକୁ ଯାଉଛି। ଫିଲ୍ମଟି ସମ୍ରାଟ ପୃଥ୍ବୀରାଜ ଚୌହାନଙ୍କ ଜୀବନୀ ଉପରେ ଆଧାରିତ। ଏହାକୁ ଡକ୍ଟର ଚନ୍ଦ୍ରପ୍ରକାଶ ଦ୍ୱିବେଦୀ ନିର୍ଦ୍ଦେଶନା ଦେଇଛନ୍ତି। ତେବେ ଫିଲ୍ମଟି ଜୁନ୍‌ ୩ରେ ରିଲିଜ୍‌ ହେବାର ଥିବା ବେଳେ ଏହା ପୂର୍ବରୁ ଜୁନ୍‌ ୧ରେ ଫିଲ୍ମର ସ୍ପେସାଲ ସ୍କ୍ରିନିଂ ପାଇଁ ଦିଲ୍ଲୀରେ ଆୟୋଜନ କରାଯିବ। ଯାହାକୁ ଦେଖିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଅନ୍ୟ ମନ୍ତ୍ରୀ ,ଅଧିକାରୀମାନେ ମଧ୍ୟ ଏହି ଫିଲ୍ମ ଦେଖିବେ ବୋଲି ଜଣାପଡିଛି। ଅକ୍ଷୟ କୁମାର ଏବଂ ମାନୁଷୀ ବର୍ତ୍ତମାନ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଫିଲ୍ମ ରିଲିଜ ହେବା ପୂର୍ବରୁ ନିର୍ମାତା ଏହାର ସ୍ପେସାଲ ସ୍କ୍ରିନିଂ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏହି ଫିଲ୍ମଟି ଏକ ବଡ ବଜେଟରେ ନିର୍ମିତ ଏବଂ ୧୮ ବର୍ଷର ଗବେଷଣା ଉପରେ ଆଧାରିତ। ସମସ୍ତ ପ୍ଲାଟଫର୍ମରେ ଏହାକୁ ପ୍ରମୋଟ କରାଯାଉଛି। ଅକ୍ଷୟ କୁମାର ଏବଂ ମାନୁଷୀଙ୍କ ବ୍ୟତିତ ଫିଲ୍ମରେ ସଞ୍ଜୟ ଦତ୍ତ, ସୋନୁ ସୁଦ ମଧ୍ୟ ଅଭିନୟ କରିଛନ୍ତି।

Share