Categories: ଜାତୀୟ

କରୋନା ଯୁଦ୍ଧରେ ଜିତିବା ପରେ କାର୍ଯ୍ୟରେ ଯୋଗଦେବେ ଶାହା

ନୂଆଦିଲ୍ଲୀ,୨୦ ।୯: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କରୋନା ଯୁଦ୍ଧରେ ବିଜୟି ହେବା ପରେ ରବିବାର ପାର୍ଲାମେଣ୍ଟରେ ପହଞ୍ଚିବେ ବୋଲି ଜଣାପଡିଛି । ସେ ପ୍ରଥରେ ଲୋକ ସଭାରେ ଯୋଗ ଦେବେ । ଏହାପରେ ସେ କିଛି ମହତ୍ୱପୂର୍ଣ୍ଣ ବିଧେୟକ ଉପସ୍ଥାପନ କରିବେ ଓ ବିଦେଶୀ ଅଶଧନ ସଂଶୋଧନ ବିଧେୟକ, ୨୦୨୦ ଉପସ୍ଥାପନ କରିବେ । କୋଭିଡ-୧୯ ଯୁଦ୍ଧରେ ଜିତିବା ପରେ ଏହା ତାଙ୍କର ମୌସୁମୀ ଅଧିବେଶନରେ ପ୍ରଥମ ଯୋଗଦାନ ହେବ । ସୂଚନାଯୋଗ୍ୟ, ଗତ ଅଗଷ୍ଟ ମାସରେ ସେ କରୋନାରେ ପୀଡ଼ିତ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ସେ ସସ୍ଥ ହୋଇ ଘରକୁ ଫେରିଥିଲେ ସୁଦ୍ଧା ଛାତିରେ ଯନ୍ତ୍ରଣା ଅନୁଭବ କରିବା ଓ ନିଶ୍ୱାସ ନେବାରେ କଷ୍ଟ ହେବାରୁ ତାଙ୍କୁ ତୁରନ୍ତ ପୁଣିଥରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ସେ ସୁସ୍ଥ ହୋଇ ଫେରିଛନ୍ତି ।

Share