Categories: ଜାତୀୟ

ଅମିତ ଶାହାଙ୍କୁ କରୋନା, ମେଡିକାଲରେ ଭର୍ତ୍ତି

ନୂଆଦିଲ୍ଲୀ,୨।୮: ସ୍ବରାଷ୍ଟ୍ର୍ୟ ମନ୍ତ୍ରୀ ଅମିତ ଶାହା କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏକଥା ସେ ନିଜେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। କରୋନା ପଜିଟିଭ୍‌ ଜଣାପଡିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାାଇଛି। କରୋନା ଲକ୍ଷଣ ଦେଖା ଦେବାରୁ ଟେଷ୍ଟ କରିଥିଲି ରିପୋର୍ଟ ପଜିଟିଭ୍‌ ଆସିଛି। ମୁଁ ଏବେ ଠିକ୍‌ ଅଛି। ଡାକ୍ତରଙ୍କ ପରାମର୍ଶରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସେ କହିଛନ୍ତି। ଗତ କିଛି ଦିନ ହେବ ମୋ ସଂସ୍ପର୍ଶରେ ଆସିଥିବା ଲୋକମାନେ ତୁରନ୍ତ ନିଜକୁ ଆଇସୋଲେଟ କରି ଟେଷ୍ଟ କରାଇ ଦିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।

Share