Categories: ଜାତୀୟ

ଭାଜପାକୁ ଧୋକା ଦେଇ ଲାଲୁଙ୍କ କୋଳରେ ବସିଛନ୍ତି ନୀତୀଶ: ଅମିତ ଶାହା

ପାଟନା,୨୩।୯: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ବିହାରର ପୁର୍ନିଆ ଜିଲାରେ ‘ଜନ ଭାବନ ମହାସଭା’କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ଶାହା ଗ୍ରାଣ୍ଡ ଆଲାଇନ୍ସକୁ ମଧ୍ୟ କଡ଼ା ଟାର୍ଗେଟ କରିଥିଲେ। ସେ କହିଛନ୍ତି, ତାଙ୍କ ଗସ୍ତ ଯୋଗୁ ଲାଲୁ ଯାଦବ ଏବଂ ନୀତୀଶ କୁମାର ପେଟ ଯନ୍ତ୍ରଣା ଅନୁଭବ କରୁଛନ୍ତି। ଭାଜପାକୁ ଧୋକା ଦେଇ ନୀତୀଶ ଲାଲୁଙ୍କ କୋଳରେ ବସିଛନ୍ତି। ପ୍ରଧାନମନ୍ତ୍ରୀ ହେବା ପାଇଁ ନୀତୀଶ ଆରଜେଡି ଏବଂ କଂଗ୍ରେସ ସହ ଯାଇଛନ୍ତି। ରାଜନୀତିରେ ନୀତୀଶ ଅନେକ ଲୋକଙ୍କ ସହ ପ୍ରତାରଣା କରିଛନ୍ତି। କ୍ଷମତାର ସ୍ବାର୍ଥରେ ପ୍ରତାରଣା କରି ନୀତୀଶ ବାବୁ ପ୍ରଧାନମନ୍ତ୍ରୀ ହୋଇପାରିବେ କି? ଲାଲୁ ଜୀ ଶୁଣନ୍ତୁ, ନୀତୀଶ ଜୀ ଆସନ୍ତାକାଲି ତୁମ ସହ ବିଶ୍ୱାସଘାତକତା କରିବେ।
ଏହି ରାଲିକୁ ଲାଲୁ-ନୀତୀଶଙ୍କ ବିରୋଧରେ ଚେତାବନୀ ସଙ୍କେତ ବୋଲି ଶାହା କହିଛନ୍ତି। ଏହି ସମୟରେ ସୁଶୀଲ ମୋଦି, ଗିରିରାଜ ସିଂ, ରବି ଶଙ୍କର ପ୍ରସାଦ, ରାଧା ମୋହନ ସିଂ, ରେନୁ ଦେବୀ, ବିଜୟ ସିହ୍ନାଙ୍କ ସମେତ ବହୁ ଭାଜପା ନେତା ମଞ୍ଚରେ ଉପସ୍ଥିତ ଥିଲେ।

Share