Categories: ଜାତୀୟ

ଅମିତ ଶାହାଙ୍କ ପାଇଁ ସମନ ଜାରି

କୋଲକାତା,୧୯।୨: ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଏମ୍‌ପି ଅଭିଷେକ ବାନାର୍ଜୀଙ୍କ ପକ୍ଷରୁ ଦାୟର ହୋଇଥିବା ମାନହାନି ମାମଲାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ପଶ୍ଚିମବଙ୍ଗର ଏକ ସ୍ବତନ୍ତ୍ର (ଏମ୍‌ପି/ଏମ୍‌ଏଲ୍‌ଏ କୋର୍ଟ) ଅଦାଲତ ଏକ ସମନ ଜାରି କରିଛନ୍ତି। ଆସନ୍ତା ଫେବୃୟାରୀ ୨୨ ତାରିଖ ପୂର୍ବାହ୍ନ ୧୦ଟାରେ ବ୍ୟକ୍ତିଗତ କିମ୍ବା ଓକିଲଙ୍କ ଜରିଆରେ ଶାହାଙ୍କୁ ଅଦାଲତରେ ହାଜର ହେବାକୁ ନିଦ୍ଦେଶ ଜାରି କରିଛନ୍ତି। ଏହି ସମ୍ପର୍କରେ ଏମ୍‌ପିଙ୍କ ଓକିଲ ସଞ୍ଜୟ ବସୁ ଗଣମାଧ୍ୟମକୁ କହିଛନ୍ତି, ଭାଜପା ପକ୍ଷରୁ ୨୦୧୮ ଅଗଷ୍ଟ ୧୧ରେ କୋଲକାତାର ମାୟୋ ରୋଡରେ ଏକ ରାଲିର ଆୟୋଜନ ହୋଇଥିଲା। ରାଲିରେ ଅମିତ ଶାହା ଯୋଗଦେଇ ଟିଏମ୍‌ସି ଏମ୍‌ପି ଅଭିଷେକଙ୍କ ବିରୋଧରେ ଅପମାନ ସୂଚକ ମନ୍ତବ୍ୟ ଦେଇଥିଲେ। ଏନେଇ ଏମ୍‌ପି ଅଭିଷେକ କୋର୍ଟରେ ମାନହାନି ମାମଲା ଦାୟର କରିଥିଲେ। ପଶ୍ଚିମବଙ୍ଗର ଏକ ସ୍ବତନ୍ତ୍ର ଅଦାଲତ ଶୁକ୍ରବାର ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରି ଶାହାଙ୍କୁ ବ୍ୟକ୍ତିଗତ କିମ୍ବା ଓକିଲଙ୍କ ଜରିଆରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Share