Categories: ଜାତୀୟ

ଯବାନଙ୍କ ବଳିଦାନ ବୃଥା ଯିବ ନାହିଁ: ଅମିତ ଶାହା

ନୂଆଦିଲ୍ଲୀ,୪।୪: ଛତିଶଗଡର ବିଜାପୁରରେ ହୋଇଥିବା ନକ୍ସଲ ଆକ୍ରମଣରେ ୨୨ ଯବାନ ଶହୀଦ ହୋଇଛନ୍ତି। ଏନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, ଯବାନଙ୍କ ବଳିଦାନ ବୃଥା ଯିବ ନାହିଁ। ଉପଯୁକ୍ତ ସମୟରେ ଏହାର ଜବାବ ଦିଆଯିବ। ତେବେ ଏହି ଆକ୍ରମଣରେ ଉଭୟ ପକ୍ଷର କ୍ଷତି ହୋଇଛି ବୋଲି ସେ କହିଛନ୍ତି। ଏହି ଆକ୍ରମଣ ଯୋଗୁ ଅମିତ ଶାହା ଆସାମରେ ନିର୍ବାଚନ ବାତିଲ କରି ଦିଲ୍ଲୀ ଫେରିଛନ୍ତି। ଦିଲ୍ଲୀରେ ସେ ନକ୍ସଲ ଆକ୍ରମଣ ଉପରେ ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ।
ସୂଚନାଯୋଗ୍ୟ, ଛତିଶଗଡର ବିଜପୁରରେ ନକ୍ସଲ ଆକ୍ରମଣରେ ୨୨ ଯବାନ ଶହୀଦ ହୋଇଥିଲେ। ଅନେକ ଯବାନ ଆହତ ହୋଇଛନ୍ତି।

Share