Advertisement
Posted inଜାତୀୟ

ରାମ ମନ୍ଦିର ଖୋଲିବା ନେଇ ତାରିଖ ଘୋଷଣା କଲେ ଶାହା

ନୂଆଦିଲ୍ଲୀ,୫।୧: ଅଯୋଧ୍ୟା ରାମମନ୍ଦିର ୨୦୨୪ ଜାନୁୟାରୀ ୧ରେ ଉଦ୍‌ଘାଟନ ହେବ। ତ୍ରିପୁରାରେ ଏକ ରାଲିକୁ ସମ୍ବୋଧନ କରିବା ଅବସରରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଏନେଇ ଘୋଷଣା କରିଛନ୍ତି। ରାମ ମନ୍ଦିର ନିର୍ମାଣରେ କଂଗ୍ରେସ ବାଧା ସୃଷ୍ଟି କରିଆସୁଥିଲା। ସୁପ୍ରିମକୋର୍ଟଙ୍କ ରାୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ଦିର ନିର୍ମାଣ ଆରମ୍ଭ କରିଥିଲେ ବୋଲି ଶାହା କହିଛନ୍ତି। ୨୦୨୪ ନିର୍ବାଚନ ବର୍ଷ ରାମମନ୍ଦିର ଉଦ୍‌ଘାଟନରୁ ଆରମ୍ଭ ହେବାକୁ ଯାଉଛି। ଏହା ଶାସକ ଭାଜପା ପାଇଁ ଏକ ମାଇଲଖୁଣ୍ଟ ହେବ ବୋଲି ଆଶା କରାଯାଉଛି। ୯୦ ଦଶକରୁ ଭାଜପା ରାମ ଜନ୍ମଭୂମି ଆନ୍ଦୋଳନକୁ ଜାତୀୟ ସ୍ତରରେ ଏକ ନିର୍ବାଚନୀ ଶକ୍ତି ଭାବେ ବ୍ୟବହାର କରିଆସୁଛି। ମନ୍ଦିର ନିର୍ମାଣ ଅଧା ଶେଷ ହୋଇଗଲାଣି ବୋଲି ଗତ ନଭେମ୍ବରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିବା ସହ ଚଳିତ ବର୍ଷ ଡିସେମ୍ବରରେ ନିର୍ମାଣ ସମ୍ପୂର୍ଣ୍ଣ ହେବ ବୋଲି କହିଥିଲେ। ସୁପ୍ରିମକୋର୍ଟ ରାମ ମନ୍ଦିର ସପକ୍ଷରେ ରାୟ ଦେବା ପରେ ୨୦୨୦ ଅଗଷ୍ଟରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଅନ୍ୟପଟେ ଶାହା ତ୍ରିପୁରା ରାଜନୈତିକ କଥା ମଧ୍ୟ ଦୋହରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କୁ ସାହା ହେବେ ଜୟା

କୋଲକତା,୫।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ର ତୃତୀୟ ପର୍ଯ୍ୟାୟ ପାଇଁ ଏପ୍ରିଲ ୬ରେ ଭୋଟଗ୍ରହଣ ହେବ। ଏପର୍ଯ୍ୟନ୍ତ ଅନୁଷ୍ଠିତ ଦୁଇ ପର୍ଯ୍ୟାୟ ମତଦାନରେ ଉଭୟ ତୃଣମୂଳ...

ଡାକ କର୍ମଚାରୀଙ୍କୁ ଗୁରୁ ଦାୟିତ୍ୱ: ପହଞ୍ଚାଇବେ କରୋନା ଟିକା,ନେଟ୍‌ଓ୍ବାର୍କ ମ୍ୟାପିଂ ଆରମ୍ଭ

ନୂଆଦିଲ୍ଲୀ,୨୪।୧୧: ଦେଶର ବିଭିନ୍ନ ଅଞ୍ଚଳରେ କରୋନା ଟିକା ପହଞ୍ଚାଇବା ପାଇଁ ନେଟ୍‌ଓ୍ବାର୍କ ମ୍ୟାପିଂ ଆରମ୍ଭ ହୋଇଛି। ଡାକ କର୍ମଚାରୀଙ୍କୁ ଏଥିପାଇଁ ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଛି।...

୨ ଖବରଦାତାଙ୍କୁ ମିଳିଲା ଜାମିନ

ଅଗରତାଲା, ୧୫।୧୧: ତ୍ରିପୁରା ସାମ୍ପ୍ରଦାୟିକ ହିଂସା ସମ୍ପର୍କିତ ଉତ୍ତେଜନା ସୃଷ୍ଟିକାରୀ ଖବର ସୋସିଆଲ ମିଡିଆରେ ଛାଡ଼ିବା ଅଭିଯୋଗରେ ଗିରଫ ୨ ମହିଳା ଖବରଦାତାଙ୍କୁ ସୋମବାର ତ୍ରିପୁରାର...

କରୋନା ନୂଆ ଷ୍ଟ୍ରେନ୍ ମଧ୍ୟରେ ୨୫୬ ଯାତ୍ରୀଙ୍କୁ ନେଇ ବ୍ରିଟେନରୁ ଭାରତ ପହଞ୍ଚିଲା ପ୍ରଥମ ବିମାନ

ନୂଆଦିଲ୍ଲୀ,୮ ।୧: ବ୍ରିଟେନରେ କରୋନା ମହାମାରୀର ନୂଆ ଷ୍ଟ୍ରେନ୍ ଏବେ ବ୍ୟାପିବାରେ ଲାଗିଛି । ଏହାକୁ ଦେଖି ବ୍ରିଟେନ ସରକାର ଦେଶରେ ଲକ୍‌ଡାଉନ ଜାରି କରିଛନ୍ତି...

ସାଇକେଲରେ ୬ ଥର ଦେଶ ଭ୍ରମଣ କରିସାରିଲେଣି ଏହି ବ୍ୟକ୍ତି, ଲୋକଙ୍କୁ ଦେଉଛନ୍ତି ଏମିତି ବାର୍ତ୍ତା

ଭୋପାଳ,୧୪।୩: ଯୌତୁକ ପ୍ରଥା ରୋକିବା ପାଇଁ ବିଭିନ୍ନ ପ୍ରକାର ସଚେତନତା ସୃଷ୍ଟି କରାଯାଉଛି। ମାତ୍ର ଏକ ସ୍ବତନ୍ତ୍ର ଢଙ୍ଗରେ ଯୌତୁକ ପ୍ରଥା ବନ୍ଦ ପାଇଁ ସଚେତନତା...

ଖାଦ୍ୟରେ ଅଧିକ ଲୁଣ ସିିଞ୍ଚି ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ଖାଦ୍ୟ ଉପରେ ଅଧିକ ଲୁଣ ସିିଞ୍ଚି ଖାଉଥିବା ଲୋକେ ସାବଧାନ ହୋଇଯାନ୍ତୁ। ଏହାଦ୍ୱାରା ବିଭିନ୍ନ  ଶାରୀରିକ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ଲୁଣ ଏଭଳି ଏକ...

କଥା ହେଉ ହେଉ ହୃଦ୍‌ଘାତରେ ଯୁବକଙ୍କ ମୃତ୍ୟୁ: ସିସିଟିଭିରେ ରେକର୍ଡ ହେଲା ଭିଡିଓ

ଡେରାଡୁନ,୧।୧୦: ଘର ବାହାରେ ଠିଆହୋଇ କଥା ହେଉଥିବା ସମୟରେ ହଠାତ୍‌ ଯୁବକଙ୍କ ଚାଲିଗଲା ଜୀବନ। ସିସିଟିଭିରେ ରେକର୍ଡ ହେଲା ମୃତ୍ୟୁବେଳର ଭିଡିଓ। ଏଭଳି ବିଚଳିତ କରିଦେବା...

ପବନରେ ଭାଙ୍ଗିଲା ଷ୍ଟାଡିୟମ ଗେଟ୍‌

ଅହମଦାବାଦ,୨୪ା୨(ପି.ଟି.): ଟ୍ରମ୍ପ୍‌ଙ୍କ ଗସ୍ତର ଅବ୍ୟବହିତ ପୂର୍ବରୁ ଅହମଦାବାଦରେ ନବନିର୍ମିତ ମୋଟେରା କ୍ରିକେଟ ଷ୍ଟାଡିୟମର ପ୍ରବେଶପଥ ଭାଙ୍ଗିଯାଇଛି। ଷ୍ଟିଲ୍‌ ରଡ୍‌ରେ ନିର୍ମିତ ଏହି ଗେଟ୍‌ ଫ୍ଲେକ୍ସକୁ ଆଚ୍ଛାଦିତ...

Advertisement
Archives

Model This Week