Categories: ଜାତୀୟ

ଟାଗୋରଙ୍କ ଚୌକିକୁ ଅସମ୍ମାନ କରିଥିବା ଦାବିର ଉତ୍ତର ଦେଲେ ଶାହ

ନୂଆଦିଲ୍ଲୀ, ୯ା୨- ପଶ୍ଚିମବଙ୍ଗର ଶାନ୍ତିନିକେତନ ଗସ୍ତବେଳେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ ରବୀନ୍ଦ୍ରନାଥ ଟାଗୋରଙ୍କ ଚୌକିରେ ବସିଥିବା ଲୋକସଭାରେ ଦାବି କରିଥିଲେ କଂଗ୍ରେସ ଦଳର ନେତା ଅଧିର ରଞ୍ଜନ ଚୌଧୁରୀ।

ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ ଭାଜପାର ବରିଷ୍ଠ ନେତା। ବାଚସ୍ପତି ଓମ ବିର୍ଲାଙ୍କ ଅନୁମତି ନେଇ ଏ ଅଭିଯୋଗ ସମ୍ପର୍କରେ କିଛି ତଥ୍ୟ ଉପସ୍ଥାପନ କରିଥିଲେ ସ୍ବରାଷ୍ଟ୍ରମନ୍ତ୍ରୀ। ”ମୁଁ ନୋବେଲ ପ୍ରାପ୍ତ ଟାଗୋରଙ୍କ ଚୌକିରେ ବସି ଥିଲି କି ନାହିଁ, ତାହାର ଉତ୍ତର ବିଶ୍ୱ ଭାରତୀ କୁଳପତି ଦେଇଛନ୍ତି। ଫଟୋ ଓ ଭିଡିଓକୁ ବିଶ୍ଳେଷଣ କରିବା ପରେ ସେଭଳି କିଛି ଘଟି ନ ଥିବା ଲିଖିତ ଆକାରେ ବିଶ୍ୱ ଭାରତୀ କୁଳପତି ସ୍ପଷ୍ଟ କରିଛନ୍ତି। ମୁଁ ଏକ ଝରକା ନିକଟରେ ବସିଥିଲି। ସେଠାରେ କେହି ବି ବସିପାରିବେ। ବାଂଲାଦେଶ ପ୍ରଧାନମନ୍ତ୍ରୀ ସେହି ଠାରେ ହିଁ ବସିଥିଲେ“ ବୋଲି ଶାହା କହିଛନ୍ତି।

Share