Categories: ଜାତୀୟ

ବିଧାୟକ ଦଳଙ୍କ ବୈଠକରେ ପହଞ୍ଚିଲେ ଶାହା

ଲକ୍ଷ୍ନୌ,୨୪।୩: ଉତ୍ତରପ୍ରଦେଶରେ ଭାଜପାର ଐତିହାସିକ ବିଜୟ ପରେ ସରକାର ଗଠନ ପ୍ରକ୍ରିୟା ଗୁରୁବାରଠାରୁ ଆରମ୍ଭ ହୋଇଛି। ଏଥିପାଇଁ ଗୁରୁବାର ୟୁପି ଲୋକ ଭବନରେ ବିଧାୟକ ଦଳଙ୍କ ବୈଠକରେ ସାମିଲ ହେବା ପାଇଁ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପହଞ୍ଚିଛନ୍ତି। ଏଥିସହ ସହ-ପର୍ଯ୍ୟବେକ୍ଷକ ରଘୁବର ଦାସଙ୍କ ବ୍ୟତୀତ ଭାଜପାର ୨୫୫ ଓ ଅନ୍ୟ ସହଯୋଗୀ ଦଳ ବିଧାୟକଙ୍କ ବୈଠକରେ ସାମିଲ ହୋଇଛନ୍ତି। ବିଧାୟକ ଦଳର ନେତାଙ୍କ ନିର୍ବାଚନ ସହ ସରକାରଙ୍କ ଆଗାମୀ ଦିଗ ପାଇଁ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଜଣେ ବିଧାୟକ କହିଛନ୍ତି। ସୂଚନାଯୋଗ୍ୟ, ଅପରାହ୍ନ ୪ଟାରେ ଲୋକ ଭବନରେ ବିଧାୟକ ଦଳଙ୍କ ବୈଠକ ଅନୁଷ୍ଠିତ ହେବ। ଏହାପରେ ସନ୍ଧ୍ୟା ୫ଟାରେ ଭାଜପା ବିଧାୟକ ଦଳର ନେତା ଯୋଗୀ ଆଦିତ୍ୟନାଥ ରାଜଭବନ ପହଞ୍ଚି ରାଜ୍ୟପାଳ ଆନନ୍ଦୀ ବେନ ପଟେଲଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ନିର୍ବାଚନ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ ଓ ୟୁପି ପ୍ରଭାରୀ ରାଧାମୋହନ ସିଂହ ଉପସ୍ଥିତ ରହିବେ।

Share