Categories: ଜାତୀୟ

ମୁରଲୀ ମନୋହରଙ୍କୁ ଭେଟିଲେ ଶାହା: ପାଦ ଛୁଇଁ ନେଲେ ଆଶୀର୍ବାଦ

ମୁମ୍ବାଇ,୧୩।୧: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଭାଜପାର ବରିଷ୍ଠ ନେତା ଡା. ମୁରଲୀ ମନୋହର ଯୋଶୀଙ୍କୁ ତାଙ୍କ ବାସଭବନ ୬ ରାୟସୀନାରେ ଭେଟିଛନ୍ତି। ଏହି ସାକ୍ଷାତକାର ସମୟରେ ଶାହା ମୁରଲୀ ମନୋହରଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ। ଏହାପରେ ଶାହା ଏହି ସାକ୍ଷାତକାରର ଏକ ଫଟୋ ଶେୟାର କରି ଟୁଇଟ କରିଛନ୍ତି। ସେ କହିଛନ୍ତି, ବରିଷ୍ଠ ନେତା ଯୋଶୀଙ୍କୁ ତାଙ୍କ ବାସଭବନରେ ଭେଟି ଆଶୀର୍ବାଦ ନେଇଛି। ଏହି ସମୟରେ ଦୁହେଁ ଅନେକ ବିଷୟ ଉପରେ ଆଲୋଚନା ମଧ୍ୟ କରିଥିଲୁ ବୋଲି ଶାହା କହିଛନ୍ତି। ଅନ୍ୟପଟେ ଯୋଶୀ ମଧ୍ୟ ତାଙ୍କ ଟୁଇଟରରେ ଶାହାଙ୍କ ସହ ସାକ୍ଷାତକାରର ଏକ ଫଟୋ ଶେୟାର କରିିଛନ୍ତି। ସୂଚନାଯୋଗ୍ୟ, ମୁରଲୀ ମନୋହର ଯୋଶୀ ପୂର୍ବତନ ଭାଜପା ଅଧ୍ୟକ୍ଷ ରହିସାରିଛନ୍ତି। ବାଜପେୟୀ ସରକାରରେ ସେ ମନ୍ତ୍ରୀ ମଧ୍ୟ ଥିଲେ। ୧୯୯୬ରେ ୧୩ଦିନିଆ ଭାଜପା ସରକାରରେ ସେ ସ୍ବରାଷ୍ଟ୍ର ମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଥିଲେ। ସେହିପରି ସେ ଏନ୍‌ଡିଏ ସରକାରରେ ମଧ୍ୟ ଭାରତର କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରହିଥିଲେ।

Share