Categories: ଜାତୀୟ

ଅମିତ ଶାହା ଜଣେ ନକଲି ମଣିଷ, ସେ ଯେଉଁଆଡେ ଯାଆନ୍ତି ଭାଜପା ସେଠାରେ ହାରେ: ଲଲନ ସିଂ

ପାଟନା,୨୯।୧୦: ଜନତା ଦଳ ୟୁନାଇଟେଡର ଜାତୀୟ ସଭାପତି ତଥା ଏମ୍‌ପି ଲଲନ ସିଂ ପୁଣି ଥରେ କେନ୍ଦ୍ର ସରକାର ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି,ଅମିତ ଶାହା ନକଲି ଜ୍ୟୋତିଷ। ସେ ଯେଉଁଆଡେ ଯାଆନ୍ତି, ଭାଜପା ସେଠାରେ ହାରେ। ଏହାର ସ୍ପଷ୍ଟ ଉଦାହରଣ ପଶ୍ଚିମବଙ୍ଗ, ହିମାଚଳ ଏବଂ କର୍ନାଟକରେ ଦେଖିବାକୁ ମିଳିଛି। ବର୍ତ୍ତମାନ ପାଞ୍ଚଟି ରାଜ୍ୟରେ ମଧ୍ୟ ସମାନ ପରିସ୍ଥିତି ଘଟିବାକୁ ଯାଉଛି।
ରୋଜଗାର ମେଳାରେ ୧୩୩ ଜଣଙ୍କୁ ନିଯୁକ୍ତି ଦେଉଥିବା କେନ୍ଦ୍ର ସରକାରଙ୍କ ଉପରେ ଆକ୍ରମଣ କରି ସେ କହିଛନ୍ତି, ନିଯୁକ୍ତି ପତ୍ର ପ୍ରଦାନ ଅର୍ଥ ହେଉଛି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସରକାର ଗାନ୍ଧୀ ମଇଦାନ ଏବଂ ରାଜ୍ୟର ୩୭ଟି ଜିଲାରେ ଏକକାଳୀନ ୧.୨୫ ଲକ୍ଷ ଲୋକଙ୍କୁ ନିଯୁକ୍ତି ପତ୍ର ଦେବାକୁ ଯାଉଛନ୍ତି। ଏହା ନୀତୀଶ କୁମାରଙ୍କ କାରନାମା।

Share