Posted inଜାତୀୟ

ନୀତୀଶଙ୍କ ବିରୋଧରେ ବର୍ଷିବେ ଶାହା, ଭାଜପା ରାଲିରେ ଜେଡିୟୁ କର୍ମୀଙ୍କୁ ନିମନ୍ତ୍ରଣ

ପାଟନା,୨୩ ।୯: ବିହାରରେ ଜନତା ଦଳ ୟୁନାଇଟେଡ(ଜେଡିୟୁ) ଓ ଭାରତୀୟ ଜନତା ପାର୍ଟି(ଭାଜପା) ମେଣ୍ଟ ଭାଙ୍ଗିବା ପରେ ପ୍ରଥମଥର ଲାଗି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବିହାର ଗସ୍ତ କରୁଛନ୍ତି । ସେଠେରେ ସେ ପୂର୍ଣ୍ଣିୟାରେ ହେବାକୁ ଥିବା ଏକ ରାଲିକୁ ସମ୍ବାଧନ କରିବେ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ରାଲିରେ ଯୋଗ ଦେବାକୁ ଭାଜପା ଜେଡିୟୁ କର୍ମୀଙ୍କୁ ମଧ୍ୟ ନିମନ୍ତ୍ରଣ କରିଛି । ଭାଜପାର ଏହି ଚାଲ୍ ନୀତୀଶଙ୍କ ଗଡରେ ହଲଚଲ ସୃଷ୍ଟି କରିଛି । ଏହାକୁ ନେଇ ଭାଜପା ପ୍ରଦେଶ ଅଧ୍ୟକ୍ଷ ସଞ୍ଜୟ ଜୟଶୱାଲ କହିଛନ୍ତି ଜେଡିୟୁର ସମସ୍ତ ନେତା ଓ କର୍ମୀଙ୍କୁ ଆମର ନିମନ୍ତ୍ରଣ ରହିଛି ସେମାନେ ସମସ୍ତେ ରାଲିକୁ ନିଶ୍ଚିତ ଆସନ୍ତୁ ।
ସଞ୍ଜୟ ଜୟଶୱାଲ କହିଛନ୍ତି ନୀତୀଶ କୁମାର ଆରଜେଡି ଓ କଂଗ୍ରେସ ସହ ମେଣ୍ଟ କରିବା ପରେ ଜେଡିୟୁ କର୍ମୀଙ୍କୁ ବାଧ୍ୟ କରିଛନ୍ତି ଚିନ୍ତା କରିବାକୁ । ଆମେ ଏହି କର୍ମୀଙ୍କ ସହ ଦଶକ ଦଶକ ଧରି କାନ୍ଧରେ କାନ୍ଧ ମିଶାଇ କାମ କରିଛୁ । ସେଥିପାଇଁ ସେମାନଙ୍କ କଷ୍ଟ ଆମଠାରୁ ଅଧିକ କେହି ବୁଛି ପାରିବେ ନାହିଁ । ଯଦି ଜେଡିୟୁ କର୍ମୀ ରାଲିରେ ସାମିଲ ହୁଅନ୍ତି ତେବେ ତାଙ୍କୁ ପୂର୍ବପରି ସମ୍ମାନ ମିଳିବ ।
ସୂଚନାଯୋଗ୍ୟ, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦୁଇ ଦିନିଆ ବିହାର ଗସ୍ତରେ ଶୁକ୍ରବାର ସେଠାରେ ପହଞ୍ଚିବେ । ଶୁକ୍ରବାର ପୂର୍ଣ୍ଣିୟାରେ ଏକ ବିଶାଳ ରାଲିକୁ ସମ୍ବୋଧନ କରିବା ପରେ କିଶନଗଞ୍ଜରେ ଭାଜପାର କୋର କମିଟି ବୈଠକରେ ଭାଗ ନେବେ । ଏହାପରେ ଭାରତ-ନେପାଳ ସୀମାରେ ଏସଏସବି ଅଧିକାରୀଙ୍କ ସହ ବୈଠକ କରିବେ । ବିହାରରୁ ଶାସନ କ୍ଷମତା ହରାଇବା ପରେ ଭାଜପାର ଏହା ସବୁଠାରୁ ବଡ କାର୍ଯ୍ୟକ୍ରମ । ଏହି ରାଲି ମାଧ୍ୟମରେ ଭାଜପା ପୁଣିଥରେ ବିହାରବାସୀଙ୍କ ନିକଟତର ହେବାକୁ ଚେଷ୍ଟା କରିବ ।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ଜାପାନରରେ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ, ସୁନାମି ସତର୍କତା ଜାରି

ନୂଆଦିଲ୍ଲୀ,୮।୧୨: ସୋମବାର ଜାପାନର ଉତ୍ତର ଉପକୂଳରେ ଏକ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି, ଯାହାପରେ ଜାପାନ ପାଣିପାଗ ଏଜେନ୍ସି (JMA) ପକ୍ଷରୁ ସୁନାମି...

ନବଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ, ମହଙ୍ଗା ପଡିଲା ‘୫୦୦ କୋଟି’ ମନ୍ତବ୍ୟ

ନୂଆଦିଲ୍ଲୀ,୮।୧୨: ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ‘୫୦୦ କୋଟି ଟଙ୍କାର ସୁଟକେସ୍’ ନେଇଥାଏ ବୋଲି ଅଭିଯୋଗ କରି ରାଜନୈତିକ ବିବାଦ ସୃଷ୍ଟି କରିଥିବା ପଞ୍ଜାବ କଂଗ୍ରେସ...

ଭାରତରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ ମୂଲ୍ୟ ଘୋଷଣା କଲେ ମସ୍କ: ମାସିକ ଖର୍ଚ୍ଚ ଏତିକି ଟଙ୍କା

ନୂଆଦିଲ୍ଲୀ,୮।୧୨: ଏଲନ୍ ମସ୍କଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଷ୍ଟାରଲିଙ୍କ୍ ଭାରତରେ ଏହାର ମୂଲ୍ୟ ଘୋଷଣା କରିଛି। ଖୁବ୍ ଶୀଘ୍ର ଭାରତରେ ଆରମ୍ଭ ହେବାକୁ ଥିବା ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri