Categories: ଜାତୀୟ

ରିକ୍ସା ଚାଳକଙ୍କ ଘରେ ତଳେ ବସି ଭୋଜନ କଲେ ସ୍ବରାଷ୍ଟମନ୍ତ୍ରୀ

କୋଲକାତା,୭।୪: ବିଧାନସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗ ଏବେ ସରଗରମ ରହିଛି। ଚତୃର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଭାଜପା ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି। ପ୍ରଚାର ପାଇଁ ଭାଜପାର ଚାଣକ୍ୟ ତଥା ଖୋଦ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଇଦାନକୁ ଓହ୍ଲାଇଛନ୍ତି। ବୁଧବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗର ୪ଟି ସ୍ଥାନ ସିଙ୍ଗୁର, ଡୋମଜୁର, ହାଓ୍ବଡା ଓ ବେହାଲା ପୂର୍ବାରେ ରୋଡ ଶୋ’ କରିଥିଲେ। ହାଓ୍ବଡା ଜିଲାର ଡୋମଜୁରରେ ରୋଡ ଶୋ’ କରୁଥିବା ସମୟରେ ଭାଜପା ସମର୍ଥକ ତଥା ଜଣେ ରିକ୍ସା ଚାଳକ ଘରେ ପହଞ୍ଚି ଅମିତ ଶାହ ଭୋଜନ କରିଥିବା ଦେଖିବାକୁ ମିଳିଛି। ଏହି ସମୟରେ ଦଳର ଅନ୍ୟ କର୍ମକର୍ତ୍ତା ଓ ଡୋମଜୁର ବିଧାନସଭା ଆସନର ଭାଜପା ପ୍ରାର୍ଥୀ ରାଜୀବ ବାନାର୍ଜୀ ମଧ୍ୟ ସାମିଲ ଥିଲେ। ଶାହ ତଳେ ବସି ପାରମ୍ପାରିକ ଅନ୍ଦାଜରେ ଭୋଜନ କରୁଥିବା ନଜର ଆସିଛନ୍ତି। ଭୋଜନ କରୁଥିବା ସମୟର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହା ପୂର୍ବରୁ ଅନେକଥର ଭାଜପା କର୍ମକର୍ତ୍ତା ଓ ଅନ୍ୟ ଲୋକଙ୍କ ଘରେ ଶାହା ଭୋଜନ କରୁଥିବାର ନଜିର ରହିଛି।

Share