Categories: ଜାତୀୟ

ପ୍ରଚାର ଅଧାରୁ ଦିଲ୍ଲୀ ଫେରିଲେ ଅମିତ ଶାହା

ନୂଆଦିଲ୍ଲୀ,୪।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସାମରେ ନିର୍ବାଚନ ପ୍ରଚାର ଅଧାରୁ ରବିବାର ଦିଲ୍ଲୀ ଫେରିଛନ୍ତି। ଶାହାଙ୍କ ଆସାମରେ ୩ଟି ରାଲି ରହିଥିଲା। ଗୋଟିଏ ରାଲିକୁ ସେ ସମ୍ବୋଧନ କରି ଦିଲ୍ଲୀ ଫେରିଆସିଛନ୍ତି। ଏନେଇ ଆସାମ ନିର୍ବାଚନ ଦାୟିତ୍ୱରେ ଥିବା ଭାଜପା ନେତା ତଥା କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବରିଷ୍ଠ ଅଧିକାରୀଙ୍କ ସହ ଛତିଶଗଡ଼ ବିଜାପୁରରେ ଘଟିଥିବା ମାଓବାଦୀ ଆକ୍ରମଣର ସ୍ଥିତି ଅନୁଧ୍ୟାନ କରିବାକୁ ଦିଲ୍ଲୀ ଫେରିଥିବା କେନ୍ଦ୍ର ମନ୍ତ୍ରୀ ସିଂ କହିଛନ୍ତି।
ସୂଚନା ଯୋଗ୍ୟ, ଶନିବାର ଛତିଶଗଡ଼ ବିଜାପୁରରେ ମାଓବାଦୀ-ଯବାନ ମୁହାଁମୁହିଁ ହୋଇଥିଲା। ଏଥିରେ ୨୨ ଜଣ ଯବାନ ଶହୀଦ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା କିଛି ଯବାନ ନିଖୋଜ ଅଛନ୍ତି।

Share