Posted inଜାତୀୟ

ଗୀତା ପ୍ରେସ ବିବାଦ ଉପରେ ପ୍ରତିକ୍ରିୟା ରଖିଲେ ଅମିତ ଶାହା

ନୂଆଦିଲ୍ଲୀ,୧୯।୬: ଗୋରଖପୁର ସ୍ଥିତ ପ୍ରସିଦ୍ଧ ଗୀତା ପ୍ରେସକୁ ୨୦୨୧ବର୍ଷ ପାଇଁ ଗାନ୍ଧୀ ଶାନ୍ତି ପୁରସ୍କାର ଘୋଷଣା ପରେ ଭାଜପା ଓ କଂଗ୍ରେସ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଛି। ଏହି ନିଷ୍ପତ୍ତିକୁ କଂଗ୍ରେସ ସମାଲୋଚନା କରିଛି। ବର୍ତ୍ତମାନ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ଏହି ପ୍ରସଙ୍ଗରେ ଟୁଇଟ କରିଛନ୍ତି। ସୋମବାର କହିଛନ୍ତି , ଯଦି ଭାରତର ଗୌରବମୟ ପ୍ରାଚୀନ ସନାତନ ସଂସ୍କୃତି ଏବଂ ଆଧାର ଗ୍ରସ୍ଥକୁ ଯଦି ଆଜି ଆଜି ସହଜରେ ପଢା ହୋଇପାରିବ, ତେବେ ଏଥିରେ ଗୀତା ପ୍ରେସର ଏକ ତୁଳନାତ୍ମକ ଅବଦାନ ରହିଛି।

ଶାହା ଆହୁରି ମଧ୍ୟ କହିଛନ୍ତ, ୧୦୦ବର୍ଷରୁ ଅଧିକ ସମୟ ଧରି ଗୀତା ପ୍ରେସ ରାମଚରିତ ମାନସ ଠାରୁ ଶ୍ରୀମଦ ଭାଗବଦ ଗୀତା ପର୍ଯ୍ୟନ୍ତ ଅନେକ ପବିତ୍ର ଗ୍ରନ୍ଥ ନିଃସ୍ବାର୍ଥ ଭାବରେ ଲୋକଙ୍କ ପାଖରେ ପହଞ୍ଚାଇବାରେ କାର୍ଯ୍ୟ କରିଛି। ଗାନ୍ଧୀ ଶାନ୍ତି ପୁରସ୍କାର ୨୦୨୧ ଗ୍ରହଣ କରୁଥିବା ଗୀତା ପ୍ରେସ ସେମାନଙ୍କ ତରଫରୁ କରାଯାଉଥିବା ଏହି ଭାଗୀରଥ କାର୍ଯ୍ୟ ପାଇଁ ଏକ ସମ୍ମାନ। ଅହିଂସା ତଥା ଅନ୍ୟାନ୍ୟ ଗାନ୍ଧୀ ପ୍ରଣାଳୀ ମାଧ୍ୟମରେ ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ପରିବର୍ତ୍ତନ ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୀତା ପ୍ରେସକୁ ଏହି ପୁରସ୍କାର ପ୍ରଦାନ କରାଯିବ।

 


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ‘ତେହେଲକା’ ସମ୍ପାଦକ: ହାଇକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୬।୮: ୨୦୧୩ ମସିହାର ବହୁଚର୍ଚ୍ଚିତ ବଳାତ୍କାର ମାମଲା ସମ୍ପର୍କରେ ପୂର୍ବତନ ‘ତେହେଲକା’ ସମ୍ପାଦକ ତରୁଣ ତେଜପାଲଙ୍କ ପାଇଁ ଏକ ବଡ଼ ଝଟକା ଲାଗିଛି। ବମ୍ବେ ହାଇକୋର୍ଟର ଗୋଆ…

Gen Zଙ୍କୁ ବଡ଼ ଉପହାର ଦେଲେ ବିଜୟ, କଲେ ବଡ଼ ଘୋଷଣା: ମିଳିବ…

ଚେନ୍ନାଇ,୬।୮: ତାମିଲନାଡୁରେ ଟିଭିକେ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପ୍ରଥମ ବଜେଟ ବିଧାନସଭାରେ ଉପସ୍ଥାପନ କରିଛି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନେତୃତ୍ୱାଧୀନ ଏହି ନୂଆ…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଆହୁରି ୧୮ଟଙ୍କା ବଢିଯିବ LPG ସିଲିଣ୍ଡର! ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୬।୮: ଭାରତରେ ଆଗାମୀ ଦିନରେ ଘରୋଇ ଏଲପିଜି (LPG) ସିଲିଣ୍ଡର ପିଛା ଦାମ୍ ପ୍ରାୟ ୧୮ ଟଙ୍କା ବୃଦ୍ଧି ହୋଇପାରେ। ଏହାସହିତ ପେଟ୍ରୋଲ-ଡିଜେଲ ଏବଂ ସିଏନ୍‌ଜି (CNG)ର…

ପୁଣି ହଜାର ହଜାର ଟଙ୍କା ବଢିଲା ସୁନା ଦର: ରୁପା ମୂଲ୍ୟରେ ମଧ୍ୟ…

ନୂଆଦିଲ୍ଲୀ,୬।୮: ପୁଣି ବଢିଲା ସୁନା ଦର। ଗତକାଲି ତୁଳନାରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୨,୮୯୦ ବୃଦ୍ଧି ପାଇଛି। ରୁପା ମୂଲ୍ୟରେ ମଧ୍ୟ ଏକ…

ଭାରତର ଏମିତି ଏକ ଗାଁ: ୫ ଦିନ ବିନା ପୋଷାକରେ ରୁହନ୍ତି ମହିଳା, ରହସ୍ୟ ଜାଣି ହେବେ ତାଜୁବ

ପୃଥିବୀ ବହୁତ ବିଶାଳ ଏବଂ ଏହାର ପ୍ରତ୍ୟେକ କୋଣରେ ଲୋକମାନଙ୍କର ନିଜସ୍ବ ପରମ୍ପରା ଓ ରୀତିନୀତି ରହିଛି। କେତେକ ପରମ୍ପରା ଆମ ପାଖପାଖି ସାଧାରଣ ଲାଗେ, ଆଉ…

Gen-Zଙ୍କ ପାଇଁ RSS ନେଲା ବଡ଼ ପଦକ୍ଷେପ: ଆଗକୁ…

ନୂଆଦିଲ୍ଲୀ,୫।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ମୁଖ୍ୟ ମୋହନ ଭାଗବତ ସଂଗଠନର ଶତବାର୍ଷିକୀ ବର୍ଷ ପାଳନ ପାଇଁ ଆମେରିକା ଏବଂ କାନାଡା ଗସ୍ତ କରିବେ। ଅଗଷ୍ଟ ୨୯ରେ…

ହଠାତ୍‌ ଟାୟାର ହେଲା ବ୍ଲାଷ୍ଟ, ଘାଟିରେ ଓଲଟି ପଡିଲା ଲୁହା ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ…

ମୋହନା,୬।୮ ( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ବ୍ଲକ ଖାରିଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭୀମଦଳି ଘାଟିରେ ଏକ ଲୁହା ବୋଝେଇ ଟ୍ରକ୍‌ ଭାରସାମ୍ୟ…

ଆନ୍ଦୋଳନ ପରେ ନୂଆ ରଣନୀତି, ଅଭିଜିତ ଦୀପକେଙ୍କ ଘରେ CJPର ମାରାଥନ ବୈଠକ: ହେବ ବଡ଼ ଘୋଷଣା

ନୂଆଦିଲ୍ଲୀ, ୬।୮: ଦେଶବ୍ୟାପୀ କଥିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌କୁ ବିରୋଧ କରି ଦିଲ୍ଲୀର ଜନ୍ତର-ମନ୍ତରରେ ହୋଇଥିବା ଆନ୍ଦୋଳନ ସମୟରେ ପ୍ରମୁଖ ସ୍ବର ଭାବେ ଉଭା ହୋଇଥିବା କକରୋଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri