Posted inଜାତୀୟ

ଆସାମରେ ଗର୍ଜିଲେ ଶାହା: ସମସ୍ତ ଆତଙ୍କବାଦୀ ସଙ୍ଗଠନ ଏବେ ମୁଖ୍ୟଧାରାରେ

ଗୁଆହାଟୀ,୨୬ ।୧୨: ଦୁଇ ଦିନିଆ ପୂର୍ବୋତ୍ତର ରାଜ୍ୟ ଗସ୍ତରେ ଯାଇଥିବା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାର ଆସାମର ଗୁଆହାଟୀରେ ଜନତାଙ୍କୁ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି ଆସାମରେ ବିକାଶର ଗତି ଦେଖିବାକୁ ମିଳିଛି । ଆସାମ ଦେଶର ସଂସ୍କୃତିର ଗହଣା । ତେଣୁ ପୂର୍ବ ଭାରତ ବିନା ଦେଶର ବିକାଶ ଅଧା । ଏମିତି ସମୟ ଥିଲା ଯେତେବେଳେ ସମ୍ପୂର୍ଣ୍ଣ ପୂର୍ବୋତ୍ତର ଭାରତ କେବଳ ଆତଙ୍କବାଦୀଙ୍କ ଅଞ୍ଚଳ ଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୬ ବର୍ଷ ମଧ୍ୟରେ ପାଖାପାଖି ୩୦ ଥର ପୂର୍ବୋତ୍ତର ଭାରତ ଆସିଛନ୍ତି । ହେଲେ ଏମିତିବି ସମୟ ଥିଲା ଯେତେବେଳେ କୌଣସି ପ୍ରଧାନମନ୍ତ୍ରୀ ଏଠାକୁ କେବେ କେବେ ଆସୁଥିଲେ । ଗୋଟିଏ ସମୟ ଥିଲା ଯେତେବେଳେ ଭିନ୍ନ ଭିନ୍ନ କଥାକୁ ନେଇ ଏଠାରେ ଆନ୍ଦୋଳନ ହେଉଥିଲା । ଶହ ଶହ ଯୁବକ ପ୍ରାଣ ହରାଇଥିଲେ । ଅସାମର ଶାନ୍ତିକୁ ଛଡାଇ ନିଆଯାଇଥିଲା । ଏହାସହ ଆସାମର ବିକାଶକୁ ବି ବନ୍ଦ କରି ଦିଆଯାଇଥିଲା । ସମୟ ଥିଲା ଯେତେବେଳେ ଆତଙ୍କବାଦୀମାନେ ସେମାନଙ୍କ ଆଜେଣ୍ଡା ଚଳାଉଥିଲେ, ଯୁବକଙ୍କ ହାତରେ ବନ୍ଧୁକ ଧରାଇ ଦେଉଥିଲେ । ହେଲେ ଆସାମରେ ପାଖାପାଖି ସାଢେ ୪ ବର୍ଷ ଭିତରେ ବିକାଶର ଯାତ୍ରା ମୋଦିଙ୍କ ଅନୁଗାମୀ ସର୍ବାନନ୍ଦ ସୋନେୱାଲ ଓ ହେମନ୍ତ ବିଶ୍ୱ ଶର୍ମାଙ୍କ ଯୋଡି ଆଗକୁ ନେଇ ଯାଇଛନ୍ତି । ଏବେ ସମଗ୍ର ପୂର୍ବୋତ୍ତର ରାଜ୍ୟ ଡେଭଲପମେଣ୍ଟର ଗ୍ରୋଥ ଇଞ୍ଜିନ ପାଲଟି ଯାଇଛି । ସମସ୍ତ ଆତଙ୍କବାଦୀ ସଙ୍ଗଠନ ଏବେ ମୁଖ୍ୟ ଧାରାରେ ସାମିଲ ହୋଇଯାଇଛନ୍ତି । ଏହାସହ କଂଗ୍ରେସକୁ ଟାର୍ଗେଟ କରି ଶାହା କହିଛନ୍ତି, କଂଗ୍ରେସ ଆସାମର ଲୋକ ଓ ଏହାର ଗୌରବ ପାଇଁ କିଛି କରିନାହିଁ । ହେଲେ ମୋଦି ସରକାର ଆସାମର ବିକାଶ ପାଇଁ ୧୫୫ କୋଟି ଟଙ୍କା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri