Categories: ଜାତୀୟ

ଶାହଙ୍କ ଗୁଜରାଟ ଗସ୍ତ: ବେଜଲପୁର ଅଞ୍ଚଳରେ ଘରର କବାଟ ଝରକା ବନ୍ଦ ରଖିବାକୁ ନିର୍ଦ୍ଦେଶ!

ଅହମଦାବାଦ,୧୧ ।୭: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଗୁଜୁରାଟ ଗସ୍ତ ସମୟରେ ଅହମ୍ମଦାବାଦ ପୋଲିସ ବେଜଲପୁରରେ କିଛି ସୋସାଇଟିର ଲୋକଙ୍କୁ ଘରର କବାଟ ଝରକା ବନ୍ଦ ରଖିବାକୁ କହିଥିବା ସୂଚନା ମିଳିଛି । ରବିବାର ଶାହ ବେଜଲପୁର ନିକଟରେ ନିର୍ମାଣ କରାଯାଇଥିବା ପାର୍ଟି ଫ୍ଲାଟ ଓ କମ୍ୟୁନିଟି ହଲ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେବାରେ ଲାଗିଛି । ଉକ୍ତ ଖବରରେ କୁହାଯାଇଛି କି ଶାହା ଆସିବା ସମୟରେ ଘରର କବାଟ ଝରକା ବନ୍ଦ ରଖନ୍ତୁ ନଚେତ୍ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅସଲ କଥା ହେଲା ଶାହଙ୍କୁ ଜେଡ୍ ପ୍ଲସ ସୁରକ୍ଷା ଦିଆଯାଉଥିବାରୁ ସେ ଯେଉଁ ଫ୍ଲାଟ ଓ କମ୍ୟୁନିଟ ହଲ୍ ଉଦଘାଟନ କରୁଛନ୍ତି ଏହି ସମୟରେ ସେଠାକାର ସୋସାଇଟିର ଲୋକେ କବାଟ ଝରକା ବନ୍ଦ ରଖିବାକୁ କୁହାଯାଇଛି । ହେଲେ କଡା କାର୍ଯ୍ୟାନୁଷ୍ଠାନ କଥା ଆଦୌ କୁହାଯାଇ ନାହିଁ । କେବଳ ଅହମଦାବାଦ ପୋଲିସ ସୁରକ୍ଷା ଦୃଷ୍ଟିରୁ ନିକଟରେ ଥିବା ଫ୍ଲାଟର ସୋସାଇଟିକୁ ଚିଠି ମାଧ୍ୟମରେ ଶାହାଙ୍କ ଗସ୍ତ ସମୟରେ କିଛି ସମୟ ପାଇଁ କବାଟ ଝରକା ବନ୍ଦ ରଖିବାକୁ କହିଛି ।

Share