Categories: ଜାତୀୟ

କେରଳ ବ୍ଲାଷ୍ଟ ପରେ ଆକ୍ସନ ମୋଡରେ ଅମିତ ଶାହା, ଏନଆଇଏ-ଏନଏସଜିକୁ ଦେଲେ ଯାଞ୍ଚ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୯।୧୦: କେରଳର କୋଚିରେ ଥିବା ଏକ କନଭେନସନ ସେଣ୍ଟରରେ ୟହୋବା ସାକ୍ଷିଙ୍କ ପ୍ରାର୍ଥନା ସଭାରେ ରବିବାର ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୬ରୁ ଅଧିକ ଆହତ ହୋଇଛନ୍ତି। ଏହି ବିସ୍ଫୋରଣ ପରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆକ୍ସନ ମୋଡକୁ ଆସିଯାଇଛନ୍ତି।

ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଏବଂ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନଏସଜି) ଟିମକୁ କେରଳକୁ ପଠାଇ ତଦନ୍ତ ଆରମ୍ଭ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହ ସ୍ବରାଷ୍ଟ୍ରମନ୍ତ୍ରୀ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସହ ଫୋନରେ କଥା ହୋଇ ରାଜ୍ୟରେ ପରିସ୍ଥିତି ଉପରେ ନଜର ରଖିଛନ୍ତି।
ପୋଲିସ କହିଛି ଯେ ରବିବାର ସକାଳେ କେରଳର କୋଚି ଜିଲାର କଲାମାସେରି ଅଞ୍ଚଳରେ ୟିହୋବାଙ୍କ ସାକ୍ଷୀଙ୍କ ପ୍ରାର୍ଥନା ସଭା ଚାଲିଥିଲା। ଏହି ସମୟ ମଧ୍ୟରେ ଅନେକ ବିସ୍ଫୋରଣ ଘଟିଥିଲା। କଲାମାସେରି ସି.ଆଇ.ବିବିନ ଦାସ କହିଛନ୍ତି ଯେ ପ୍ରଥମ ବିସ୍ଫୋରଣ ସକାଳ ପ୍ରାୟ ୯ଟା ବେଳେ ହୋଇଥିଲା ଏବଂ ପରବର୍ତ୍ତୀ ଏକ ଘଣ୍ଟା ମଧ୍ୟରେ ଅନେକ ବିସ୍ଫୋରଣ ହୋଇଥିଲା।

Share