Posted inଖେଳ

ଅମିତ ରୋହିଦାସ ଉପଅଧିନାୟକ

ନୂଆଦିଲ୍ଲୀ,୧୬ା୧୧(ପି.ଟି): ଅଷ୍ଟ୍ରେଲିଆ ଗସ୍ତ ପାଇଁ ୨୩ ଜଣିଆ ପୁରୁଷ ଦଳ ଘୋଷଣା କରିଛି ହକି ଇଣ୍ଡିଆ। ଡ୍ରାଗ ଫ୍ଲିକର ହରମନ୍‌ପ୍ରୀତ ସିଂଙ୍କ ନେତୃତ୍ୱରେ ମଙ୍ଗଳବାର ଦଳ ଘୋଷଣା ହୋଇଥିବା ବେଳେ ଦୁଇ ଜଣ ଓଡ଼ିଆ ଖେଳାଳିଙ୍କୁ ସାମିଲ କରାଯାଇଛି। ଡିଫେଣ୍ଡର ଅମିତ ରୋହିଦାସ ଓ ନୀଲମ ସଞ୍ଜୀପ ଖେସଙ୍କୁ ଏହି ଦଳରେ ସାମିଲ କରାଯାଇଛି। ଅମିତ ରୋହିଦାସଙ୍କୁ ଏହି ସିରିଜ ପାଇଁ ହରମନ୍‌ପ୍ରୀତଙ୍କ ଡେପୁଟି ଭାବେ ଚୟନ କରାଯାଇଛି। ବିଶ୍ୱକପ୍‌ ପ୍ରସ୍ତୁତି ପାଇଁ ଭାରତ ଏହି ଗସ୍ତରେ ଯାଇ ୫ଟି ମ୍ୟାଚ ଖେଳିବ। ନଭେମ୍ବର ୨୬ରେ ଆଡିଲେଡରେ ପ୍ରଥମ ମ୍ୟାଚ ଖେଳାଯିବ। ଭୁବନେଶ୍ୱର ଓ ରାଉରକେଲାରେ ଆସନ୍ତା ସଂସ୍କରଣର ବିଶ୍ୱକପ୍‌ ଜାନୁୟାରୀ ୧୩-୨୯ ଯାଏ ଖେଳାଯିବ। ଭୁବନେଶ୍ୱର ଓ ରାଉରକେଲା ବିଶ୍ୱକପ୍‌ ପୂର୍ବରୁ ଅଷ୍ଟ୍ରେଲିଆ ଗସ୍ତ ଭାରତ ପାଇଁ ଭଲ ସୁଯୋଗ ବୋଲି କହିଛନ୍ତି କୋଚ୍‌ ଗ୍ରାହାମ ରିଡ୍‌। ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଦଳ ବିପକ୍ଷରେ ଖେଳିବା ବିଶ୍ୱକପ ପ୍ରସ୍ତୁତି ପାଇଁ ଶ୍ରେଷ୍ଠ ଅବସର ବୋଲି କୋଚ ନିଜ ବୟାନରେ କହିଛନ୍ତି। ଉଭୟ ଅଭିଜ୍ଞ ଓ ଯୁବ ଖେଳାଳିଙ୍କ ସମ୍ମିଶ୍ରଣରେ ଏକ ଶକ୍ତିଶାଳୀ ଦଳ ଚୟନ କରାଯାଇଛି ବୋଲି ରିଡ୍‌ କହିଛନ୍ତି। ଏହା ସହିତ ଯୁବ ଖେଳାଳିମାନଙ୍କୁ ଅନ୍ତର୍ଜାତୀୟ ଅଭିଜ୍ଞତା ପ୍ରଦାନ ପାଇଁ ଏହା ସର୍ବୋତ୍କୃଷ୍ଟ ସମୟ ବୋଲି କହିଛନ୍ତି ରିଡ୍‌। ମନ୍‌ଦୀପ ସିଂଙ୍କ ସହିତ ଦିଲପ୍ରୀତ ସିଂ, ଅଭିଷେକ ଓ ସୁଖଜିତ ସିଂ ଫରଓ୍ବାର୍ଡ ଭାବେ ଦଳରେ ସାମିଲ ଅଛନ୍ତି। ସେହିପରି ଭୁବନେଶ୍ୱରରେ ଖେଳା ଯାଇଥିବା ପ୍ରୋ ହକି ଲିଗ୍‌ରେ ଅନୁପସ୍ଥିତ ଥିବା ଡିଫେଣ୍ଡର ବରୁଣ କୁମାର ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପ୍ରୋ ହକି ଲିଗ୍‌ରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ୨-୦ରେ ବିଜୟୀ ହୋଇଥିବା ବେଳେ ସ୍ପେନ୍‌ ସହିତ ୧-୧ରେ ଡ୍ର ରଖିଥିଲା।
ଭାରତୀୟ ଦଳ: ଗୋଲକିପର୍ସ: କ୍ରିଷନ୍‌ ବାହାଦୁର ପାଠକ, ଶ୍ରୀଜେସ୍‌ ପରାଟ୍ଟୁ ରବୀନ୍ଦ୍ରନ
ଡିଫେଣ୍ଡର୍ସ: ଜରମନପ୍ରୀତ ସିଂ, ସୁରେନ୍ଦର କୁମାର, ହରମନ୍‌ପ୍ରୀତ୍‌ ସିଂ (ଅଧିନାୟକ), ଅମିତ ରୋହିଦାସ (ଉପ ଅଧିନାୟକ), ଯୁଗରାଜ ସିଂ, ମନଦୀପ୍‌ ମୋର, ନୀଲମ ସଞ୍ଜୀପ ଖେସ୍‌, ବରୁଣ କୁମାର।
ମିଡ୍‌ଫିଲ୍ଡର୍ସ: ସୁମିତ, ମନପ୍ରୀତ ସିଂ, ହାର୍ଦ୍ଦିକ ସିଂ, ଶମସେର ସିଂ, ନୀଳକଣ୍ଠ ଶର୍ମା, ରାଜକୁମାର ପାଲ, ମହମ୍ମଦ ରାହିଲ ମୌସିନ୍‌, ଆକାଶଦୀପ ସିଂ, ଗୁରୁଜନ୍ତ ସିଂ।
ଫରଓ୍ବାର୍ଡସ: ମନଦୀପ ସିଂ, ଅଭିଷେକ, ଦିଲପ୍ରୀତ ସିଂ, ସୁଖଜିତ ସିଂ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri