ୟାସିନ ମଲିକଙ୍କ ସମର୍ଥନରେ ବାହାରିଲେ ଆଫ୍ରିଦି: ଅମିତ୍‌ ମିଶ୍ର ଦେଲେ ମୁହଁତୋଡ଼ ଜବାବ

ନୂଆଦିଲ୍ଲୀ, ୨୫।୫: ଆତଙ୍କବାଦୀ ପାଣ୍ଠି ଯୋଗାଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜମ୍ମୁ କଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କୁ ନେଇ ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ ଆଫ୍ରିଦି ଏକ ବିବାଦୀୟ ତଥା ଉତ୍ତେଜନାମୂଳକ ଟୁଇଟ କରିଛନ୍ତି। ସେ ଏହି ଟୁଇଟରେ ୟାସିନ ମଲିକଙ୍କୁ ସମର୍ଥନ କରିଛନ୍ତି। ଏହା ଉପରେ ଭାରତୀୟ କ୍ରିକେଟର ଅମିତ ମିଶ୍ର ଆଫ୍ରିଦିଙ୍କୁ କଡ଼ା ଜବାବ ଦେଇଛନ୍ତି।
ଆତଙ୍କବାଦ ପାଣ୍ଠି ଯୋଗାଣ ମାମଲାରେ ଦିଲ୍ଲୀର ଏକ ସ୍ବତନ୍ତ୍ର କୋର୍ଟ ଆଜି ୟାସିନ ମଲିକଙ୍କୁ ଦଣ୍ଡିତ କରିବେ। ସେ ତାଙ୍କ ଅତିବେଶୀରେ ଆଜୀବନ କାରାଦଣ୍ଡ କିମ୍ବା ଫାଶୀ ଦଣ୍ଡାଦେଶ ହେବାର ସମ୍ଭାବନା ରହିଛି। ଏହା ଉପରେ ଆଫ୍ରିଦି ଟୁଇଟ୍‌ରେ ଲେଖିଛନ୍ତି – କଶ୍ମୀରରେ ମାନବିକ ଅଧିକାରର ଉଲ୍ଲଂଘନ ବିରୋଧରେ ଯେଉଁମାନେ ସ୍ବର ଉତ୍ତୋଳନ କରୁଛନ୍ତି ସେମାନଙ୍କୁ ଭାରତ ଯେଉଁଭଳି ଭାବରେ ଚୁପ୍‌ କରିବାକୁ ଚେଷ୍ଟା କରୁଛି, ଏହାର କୌଣସି ଯଥାର୍ଥତା ନାହିଁ। ୟାସିନ ମଲିକଙ୍କ ବିରୋଧରେ ଆସିଥିବା ଅଭିଯୋଗ କଶ୍ମୀରର ସ୍ବାଧୀନତା ସଂଗ୍ରାମକୁ ବନ୍ଦ କରିବ ନାହିଁ। କଶ୍ମୀର ନେତାଙ୍କ ଉପରେ ନିଆଯାଉଥିବା ବେଆଇନ କାର୍ଯ୍ୟାନୁଷ୍ଠାନ ବିଷୟରେ ନଜର ଦେବାକୁ ମୁଁ ଜାତିସଂଘକୁ ନିବେଦନ କରୁଛି।
ଆଫ୍ରିଦଙ୍କ ଟୁଇଟ୍‌ ପରେ ଭାରତୀୟ କ୍ରିକେଟର୍‌ ଅମିତ ମିଶ୍ର ତାଙ୍କୁ ମୁହଁତୋଡ଼ ଜବାବ ଦେଇଛନ୍ତି। ଅମିତ ମିଶ୍ର ଟୁଇଟ୍‌ ଯୋଗେ ଲେଖିଛନ୍ତି, ପ୍ରିୟ ଶାହିଦ ଆଫ୍ରିଦି! ୟାସିନ ମଲିକ କୋର୍ଟ ପରିସରରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତୁମର ଜନ୍ମ ତାରିଖ ପରି ସବୁକିଛି ଭ୍ରମାତ୍ମକ ହୋଇପାରିବ ନାହିଁ। ଅମିତଙ୍କ ଏହି ଟୁଇଟ୍‌ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଅତୀତରେ ଆଫ୍ରିଦି କଶ୍ମୀର ପ୍ରସଙ୍ଗରେ ଅନେକ ଥର ଉତ୍ତେଜନାମୂଳକ ମନ୍ତବ୍ୟ ଦେଇଛନ୍ତି।

शाहिद अफरीदी के ट्वीट पर अमित मिश्रा का जवाब


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri