ଗରିବଙ୍କ ସାଥୀ ଅମୀର, ରକ୍ତ ଦେଇ ବଞ୍ଚାଉଛନ୍ତି ଜୀବନ

ମୋରଡ଼ା,୮ା୯: ରକ୍ତଦାନ କରି ଜୀବନ ବଞ୍ଚାଅ। ଏହି ବାର୍ତ୍ତାକୁ ନେଇ ଆଗେଇ ଚାଲିଛନ୍ତି ସେ। ଗରିବ, ନିଃସହାୟଙ୍କ ସମେତ ଆବଶ୍ୟକ ସମୟରେ ରୋଗୀଙ୍କୁ ରକ୍ତଦାନ କରି କେବଳ ନିଜ ଅଞ୍ଚଳ ନୁହେଁ ସମଗ୍ର ଜିଲାରେ ବେଶ୍‌ ଜଣାଶୁଣା। ଏହିଭଳି ଭାବେ ଗରିବଙ୍କ ସାଥୀ ପାଲଟିଛନ୍ତି ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଚିତ୍ରଡ଼ାର ଅମୀର ଖାନ। ଚିତ୍ରଡ଼ା କଲେଜରେ ଅନୁଷ୍ଠିତ ଜାତୀୟ ସେବା ଯୋଜନାର ଏକ କ୍ୟାମ୍ପରେ ୧୮ ବର୍ଷ ବୟସରେ ପ୍ରଥମେ ସେ ରକ୍ତଦାନ କରିଥିଲେ। ପରେ ଏହି ରକ୍ତଦାନ ଅମୀରଙ୍କ ଏକ ଅଭ୍ୟାସରେ ପରିଣତ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ସେ ୩୦ରୁ ଅଧିକ ଥର ରକ୍ତଦାନ କରିସାରିଲେଣି।

ଏଥିପାଇଁ କାହାଠାରୁ ଟଙ୍କାଟେ ମଧ୍ୟ ନିଅନ୍ତି ନାହିଁ ବରଂ ରୋଗୀମାନଙ୍କ ପାଇଁ ସେ ନିଜେ କିଛି ଖର୍ଚ୍ଚ ବି ବହନ କରିଥାନ୍ତି। ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୫ରେ ଜିଲା ଏବଂ ୨୦୧୬ରେ ରାଜ୍ୟସ୍ତରରେ ସେ ପୁରସ୍କୃତ ହୋଇଛନ୍ତି। ୧୯୯୫ରେ ଏକ ଗରିବ ପରିବାରରେ ଜନ୍ମ ନେଇଥିବା ଅମୀର ଦିନେ ଜାଣି ନ ଥିଲେ ରକ୍ତଦାନ କରି ସାରା ଜିଲାରେ ପରିଚିତ ହେବେ। ପିଲା ବେଳୁ ଖେଳରେ ରୁଚି ରଖୁଥିବା ଅମୀର ହାଇସ୍କୁଲ କ୍ୟାରିଅରରେ କବାଡ଼ି ଖେଳ ପାଇଁ ରାଜ୍ୟସ୍ତରରେ ପରିଚିତ ହୋଇଥିଲେ। ଆଉ ଏବେ ସେ ପାଲଟିଛନ୍ତି ରୋଗୀଙ୍କ ଦରଦୀ ବନ୍ଧୁ।

ନିଜସ୍ବ ଉଦ୍ୟମରେ କିଛି ଯୁବ ଗୋଷ୍ଠୀଙ୍କୁ ନେଇ ରକ୍ତଦାନ ଶିବିର ଆୟୋଜନ କରି ଆସୁଛନ୍ତି। ବର୍ତ୍ତମାନ ସୁଦ୍ଧା ୧୮ରୁ ଅଧିକ ବ୍ଲଡ ଡୋନେଶନ କ୍ୟାମ୍ପ କରିଛନ୍ତି। କରୋନା ଭଳି ମହାମାରୀ ସମୟରେ ବ୍ଲଡ କ୍ୟାମ୍ପ ମାଧ୍ୟମରେ ୧୫୦ ୟୁନିଟ ରକ୍ତ ସଂଗ୍ରହ କରି ବାରିପଦା ରେଡକ୍ରସ ରକ୍ତ ଭଣ୍ଡାରକୁ ଦେଇଛନ୍ତି। ଏତିକିରେ ସରିନାହିଁ ଅମୀରଙ୍କ କାହାଣୀ। ବର୍ଷ ତମାମ ଯେଉଁ ଡାକ୍ତରଖାନରେ ରୋଗୀଙ୍କର ରକ୍ତ ଦରକାର ହୁଏ, ଖବର ପାଇ ଅମୀର ଓ ତାଙ୍କ ସହଯୋଗୀ ଆଗେଇ ଆସନ୍ତି। ତେବେ ଆଗକୁ ଏହିଭଳି ରକ୍ତଦାନ କାର୍ଯ୍ୟରେ ବ୍ରତୀ ରହିବେ ବୋଲି ଅମୀର କହିଛନ୍ତି।

ସ୍ମାରକ ମାଜୀ


Enter your email to get our daily news in your inbox.

All Right Reserved By Dharitri.Com

ମଝି ରାସ୍ତାରେ ଓଲୋଟିଲା ଯାତ୍ରା ପାର୍ଟି ଟ୍ରକ

ଧାମନଗର,୪।୪( ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଭଣ୍ଡାରି ପଦି ଛକ ନିକଟସ୍ଥ ଏସଡିପିଓ ଅଫିସ ସାମ୍ନାରେ ଧାମନଗର ଭଦ୍ରକ  ମୁଖ୍ୟ ରାସ୍ତାରେ ଶନିବାର ଅପରାହ୍ନରେ ଏକ…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ବ୍ଲକସ୍ତରୀୟ ପ୍ରବେଶ ଉତ୍ସବରେ ଖଡ଼ିଛୁଇଁଲେ ଶିଶୁ

କର୍ଲାମୁଣ୍ଡା:୪।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଶନିବାର ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା: ବିଶ୍ୱବିଦ୍ୟାଳୟରେ ପୂରଣ ହେବ ଖାଲି ପଦବୀ, ଜୁଲାଇ ପୂର୍ବରୁ ହେବ…

ଭୁବନେଶ୍ୱର,୪ା୪: ବିଶ୍ୱବିଦ୍ୟାଳୟରେ ଖାଲିପଡ଼ିଥିବା ୧୪୦୦ ପଦବୀ ପୂରଣ ହେବ। ଏନେଇ ବଡ଼ ଘୋଷଣା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କୁଳପତି ନିଯୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri