ଆଙ୍କାରା,୧୦।୨: ଫେବୃଆରୀ ୬ରେ ତୁର୍କୀ ଏବଂ ସିରିଆରେ ଭୟଙ୍କର ଭୂକମ୍ପ ଯୋଗୁ ୨୧ ହଜାରରୁ ଅଧିକ ଲୋକଙ୍କର ଜୀବନ ଯାଇଛି। ଏଭଳି ବିପର୍ଯ୍ୟୟରେ ତୁର୍କୀକୁ ସାହାଯ୍ୟ କରିବାକୁ ଅନେକ ଦେଶ ସାହାର୍ଯ୍ୟର ହାତ ବଢାଇଛନ୍ତି। ବିଶ୍ୱର ବିଭିନ୍ନ ସ୍ଥାନରୁ ଉଦ୍ଧାରକାରୀ ଟିମ୍ ଭୂକମ୍ପ ପ୍ରଭାବିତଙ୍କୁୁ ସାହାଯ୍ୟ କରୁଛନ୍ତି। ଏହି ସମୟରେ ତାଇୱାନ ମଧ୍ୟ ତୁର୍କୀକୁ ରିଲିଫ୍ ସାମଗ୍ରୀ ପଠାଯାଇଛି। ଏହା ସହିତ ତାଇୱାନ ରାଷ୍ଟ୍ରପତି ତାଇ ଇଙ୍ଗ-ୱେନ ଏବଂ ଉପରାଷ୍ଟ୍ରପତି ୱିଲିୟମ ଲାଇ ଭୂକମ୍ପ ପ୍ରଭାବିତଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସି ନିଜ ଏକ ମାସର ଦରମା ଟଙ୍କା ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ସୂଚନା ଦିଆଯାଇଛି।


