ବିଦ୍ରୋହ ଭିତରେ ଇନଷ୍ଟାଗ୍ରାମ୍‌ ଛାଡିଲେ ଧର୍ମେନ୍ଦ୍ର ପ୍ରଧାନଙ୍କ ଝିଅ, କାରଣ ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ, ୨୩ା୭: ଜନ୍ତର-ମନ୍ତରରେ ଛାତ୍ର ଏବଂ ‘କକରୋଚ୍ ଜନତା ପାର୍ଟି’ର ପ୍ରଦର୍ଶନ ଜାରି ରହିଛି। ଏହି ସମୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଝିଅ ନୈମିଷା ପ୍ରଧାନ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟ ବନ୍ଦ କରିଦେଇଛନ୍ତି। ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ନିରନ୍ତର ହେଉଥିବା ବେଳେ ତାଙ୍କ ଝିଅଙ୍କୁ ମଧ୍ୟ ଅନଲାଇନରେ ବହୁତ ସମାଲୋଚନାର ସାମ୍ନା କରିବାକୁ ପଡ଼ୁଥିଲା। ସୂଚନା ଅନୁଯାୟୀ, ଅନେକ ୟୁଜର୍ସ ନୈମିଷା ପ୍ରଧାନଙ୍କ ଇନଷ୍ଟାଗ୍ରାମ ପୋଷ୍ଟର କମେଣ୍ଟ ସେକ୍ସନରେ ତାଙ୍କୁ ରୋଷ୍ଟ (ସମାଲୋଚନା) କରୁଥିଲେ। ସେମାନଙ୍କର ଅସନ୍ତୋଷ ଏହି କଥାକୁ ନେଇ ଥିଲା ଯେ, ଯେତେବେଳେ ତାଙ୍କ ବାପା ଧର୍ମେନ୍ଦ୍ର ପ୍ରଧାନ ଦେଶର ଶିକ୍ଷା ମନ୍ତ୍ରୀ, ସେତେବେଳେ ସେ ନିଜେ ବିଦେଶ ଯାଇ କାହିଁକି ପଢ଼ୁଥିଲେ।

କିଛି ୟୁଜର ‘ଟଫ୍ଟସ ୟୁନିଭରସିଟି’ର ସୋସିଆଲ ମିଡିଆ ପୃଷ୍ଠାରେ ମଧ୍ୟ କମେଣ୍ଟ କରିଥିଲେ। ସେମାନେ ନୈମିଷା ପ୍ରଧାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଜୁଲାଇ ୨୦ ରେ ଜନ୍ତର-ମନ୍ତରରେ ଛାତ୍ରମାନଙ୍କ ସହ ଯାହା ଘଟିଲା, ତାହା ପରେ ନୈମିଷାଙ୍କ ବିଦେଶରେ ପଢ଼ିବାକୁ ନେଇ ୟୁଜର୍ସଙ୍କ ସମାଲୋଚନା ତୀବ୍ର ହୋଇଗଲା। ନୈମିଷା ପ୍ରଧାନ ୨୦୨୩ ମସିହାରେ ଆମେରିକାର ମାସାଚୁସେଟ୍ସର ମେଡଫୋର୍ଡରେ ଅବସ୍ଥିତ ଟଫ୍ଟସ ୟୁନିଭରସିଟିର ଫ୍ଲେଚର ସ୍କୁଲରୁ ‘ମାଷ୍ଟର ଅଫ୍ ଲ’ (LLM) ପଢ଼ା ଶେଷ କରିଛନ୍ତି। ରିପୋର୍ଟ ଅନୁଯାୟୀ, ଗ୍ରାଜୁଏସନ୍ ପରେ ସେ ସିନିୟର ଆସୋସିଏଟ୍ ଭାବରେ ‘US-ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫୋରମ୍’ (USISPF) ସହିତ ଯୋଡ଼ି ହୋଇଥିଲେ।

ବାସ୍ତବରେ, ‘କାକରୋଚ୍ ଜନତା ପାର୍ଟି’ (CJP) ଘୋଷଣା କରିଛି ଯେ ସରକାର ସେମାନଙ୍କର ୪ଟି ଦାବି ନମାନିବା ପର୍ଯ୍ୟନ୍ତ ସେମାନେ ନିଜର ବିରୋଧ ଜାରି ରଖିବେ।

  • ପ୍ରଥମ ଦାବି: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା।

  • ଦ୍ୱିତୀୟ ଦାବି: ଆତ୍ମହତ୍ୟା କରିଥିବା ପିଲାମାନଙ୍କ ପରିବାରକୁ ୧ କୋଟି ଟଙ୍କାର କ୍ଷତିପୂରଣ।

  • ତୃତୀୟ ଦାବି: ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀଙ୍କ ବିରୋଧରେ କୌଣସି ମାମଲା ରୁଜୁ ହେବ ନାହିଁ।

  • ଚତୁର୍ଥ ଦାବି: ଅତ୍ୟାଚାରରେ ସାମିଲ ଥିବା ସମସ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ମାମଲା ଚାଲିବା ଉଚିତ।