ଭାରତ ସହ ବିବାଦ ମଧ୍ୟରେ ଚାଇନା ପ୍ରତି ବଢିଲା ମାଳଦ୍ୱୀପ ପ୍ରେମ: ଜିନ୍‌ପିଙ୍ଗ କହିଲେ, ପୁରୁଣା ସମ୍ପର୍କ

ବେଜିଂ,୧୧।୧: ଭାରତ ସହ ବିବାଦ ମଧ୍ୟରେ ଚାଇନା ପ୍ରତି ମାଳଦ୍ୱୀପ ପ୍ରେମ ପ୍ରଦର୍ଶନ କରିଛି। ମାଳଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ମୋଇଜୁ ଚାଇନାର ରାଜଧାନୀ ବେଜିଂରେ ପହଞ୍ଚିଥିଲେ। ସେଠାରେ ସେ କେବଳ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟି ନାହାଁନ୍ତି, ବରଂ ଉଭୟ ଦେଶ ପର୍ଯ୍ୟଟନ ସହଯୋଗ ସମେତ ୨୦ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ଏହି ଅବଧି ମଧ୍ୟରେ ମାଳଦ୍ୱୀପ ଏବଂ ଚାଇନା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଏକ ବ୍ୟାପକ ରଣନୀତିକ ଭାଗିଦାରୀକୁ ନବୀକରଣ କରିବାକୁ ଘୋଷଣା କରିଛନ୍ତି।
ମୋଇଜିଜୁ କହିଛନ୍ତି, ରାଷ୍ଟ୍ରପତି ଭାବେ ପ୍ରଥମ ଦେଶ ଗସ୍ତରେ ଚାଇନାରେ ପହଞ୍ଚିଥିବାରୁ ମୁଁ ନିଜକୁ ଗୌରବାନ୍ବିତ ଅନୁଭବ କରୁଛନ୍ତି। ଏହା ଦର୍ଶାଏ ଯେ ଦ୍ୱିପାକ୍ଷିକ ସମ୍ପର୍କକୁ ଉଭୟ ପକ୍ଷ କେତେ ଗୁରୁତ୍ୱ ଦେଉଛନ୍ତି। ଆମ ଦେଶକୁ ଅଧିକ ପର୍ଯ୍ୟଟକ ପଠାଇବା ପାଇଁ ଉଦ୍ୟମ ଜୋରଦାର କରିବାକୁ ମୁଁ ଜିନପିଙ୍ଗଙ୍କୁ ଅନୁରୋଧ କରିଛି।
ପାଞ୍ଚ ଦିନିଆ ସରକାରୀ ଗସ୍ତର ଦ୍ୱିତୀୟ ଦିନରେ ସେ ଫୁଜିଆନ ପ୍ରଦେଶର ‘ମାଳଦ୍ୱୀପ ବ୍ୟବସାୟ ଫୋରମ’ରେ କହିଛନ୍ତି – କୋଭିଡ ପୂର୍ବରୁ ଚାଇନାର ପର୍ଯ୍ୟଟକମାନେ ଆମ ଦେଶକୁ ବହୁ ସଂଖ୍ୟାରେ ଆସୁଥିଲେ। ମୁଁ ଅନୁରୋଧ କରୁଛି ଯେ ଚାଇନା ଏହି ସ୍ଥିତିକୁ ଫେରାଇ ଆଣିବା ପାଇଁ ପ୍ରୟାସକୁ ଜୋରଦାର କରନ୍ତୁ।
ଜିନପିଙ୍ଗ ମୋଇଜୁଙ୍କୁ ଗ୍ରେଟ ହଲ ଅଫ ପିପଲରେ ଜଣେ ‘ପୁରୁଣା ବନ୍ଧୁ’ ଭାବରେ ବର୍ଣ୍ଣନା କରିଥିଲେ। ଜାତୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏକ ବିକାଶ ପଥ ଖୋଜିବାରେ ଚାଇନା ମାଳଦ୍ୱୀପକୁ ସମର୍ଥନ କରୁଛି। ଜାତୀୟ ସାର୍ବଭୌମତ୍ୱ, ସ୍ବାଧୀନତା, ଆଞ୍ଚଳିକ ଅଖଣ୍ଡତା ଏବଂ ଜାତୀୟ ସମ୍ମାନ ରକ୍ଷା କରିବାରେ ଚାଇନା ମାଳଦ୍ୱୀପକୁ ଦୃଢ ଭାବରେ ସମର୍ଥନ କରେ।
ମୁଇଜୁ ଏଭଳି ସମୟରେ ଚାଇନା ଗସ୍ତ କରିଛନ୍ତି, ଯେତେବେଳେ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଲାକ୍ଷାଦ୍ୱୀପ ଫଟୋ’କୁ ନେଇ ମାଳଦ୍ୱୀପ ସହ ସମ୍ପର୍କ ଖରାପ ହୋଇଛି। ମୋଦି ଲାକ୍ଷାଦ୍ୱୀପର ଫଟୋ ଓ ଭିଡିଓଗୁଡ଼ିକୁ ଛାଡ଼ିବା ପରେ ଭାରତୀୟ ସେଲିବ୍ରିଟିମାନେ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି। ଲାକ୍ଷାଦ୍ୱୀପ ଥାଉ ଥାଉ ମାଳଦ୍ୱୀପ ଯିବା ଅନାବଶ୍ୟକ ବୋଲି ଅନେକେ ମତ ଦେଉଛନ୍ତି। ଏପରି କି ସେଠାକୁ ଯିବାକୁ ଥିବା ପର୍ଯ୍ୟଟକମାନେ ମଧ୍ୟ ନିଜ ଗସ୍ତକୁ ବାତିଲ କରୁଥିବା ସୋସିଆଲ ମିଡିଆରେ ପ୍ରକାଶ ପାଉଛି। ସେପଟେ ମୋଦିଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦୀୟ ହୋଇଥିବା ମାଳଦ୍ୱୀପର ୩ ଉପମନ୍ତ୍ରୀଙ୍କୁ ସେମାନଙ୍କ ପଦରୁ ନିଲମ୍ବନ କରାଯାଇଛି। ଅନ୍ୟପକ୍ଷେ ଭାରତ ସହ ବିବାଦକୁ ନେଇ ମାଳଦ୍ୱୀପର ବିରୋଧୀ ଦଳ ନେତା ତଥା ମାଳଦ୍ୱୀପ ଗଣତାନ୍ତ୍ରିକ ଦଳ ଅଧ୍ୟକ୍ଷ ଫୟାଜ ଇସ୍ମାଇଲ ନିଜ ଦେଶର ସରକାରଙ୍କ ଉପରେ ବର୍ଷିଛନ୍ତି। ଭାରତ ଓ ମୋଦିଙ୍କ ବିରୋଧରେ ଦିଆଯାଇଥିବା ମନ୍ତବ୍ୟ ଗ୍ରହଣୀୟ ନୁହେଁ। ସରକାର ଭାରତ ସହ ସମ୍ପର୍କରେ ସୁଧାର ଆଣନ୍ତୁ ବୋଲି ସେ ଦାବି କରିଛନ୍ତି।
ରାଷ୍ଟ୍ରପତି ମୁଇଜୁ ଜାନୁୟାରୀ ୧୨ରେ ମାଲେ ଫେରିବେ। ସେତେବେଳ ପର୍ଯ୍ୟନ୍ତ ଏହି ଦୁଇ ପଡ଼ୋଶୀ ରାଷ୍ଟ୍ରର ସମ୍ପର୍କରେ କେମେଷ୍ଟ୍ରି ନୂଆଦିଲ୍ଲୀ ପାଇଁ ଅନୁଧ୍ୟାନଯୋଗ୍ୟ ବିଷୟ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ ବାଂଲାଦେଶରେ ପୁଣି ହିଂସା, ଢାକାରେ ବୋମା ବିସ୍ଫୋରଣ

ଢାକା,୨୫।୧୨: ନିର୍ବାସିତ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ନେତା ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ, ରାଜଧାନୀ ଢାକା ପୁଣି ଥରେ ହିଂସା ବଢି ଯାଇଥିଲା। ଖ୍ରୀଷ୍ଟମାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri