ବିବାଦରେ ବିଶ୍ୱର ଏକ ନମ୍ବର ଧନୀ

କାଲିଫର୍ନିଆ,୧୮।୨:ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସଲାର ମାଲିକ ଏଲୋନ ମସ୍କ ପ୍ରାୟତଃ ଚର୍ଚ୍ଚାରେ ଥାଆନ୍ତି। କେତେବେଳେ ସେ ତାଙ୍କର ବ୍ୟବସାୟ ତ ଆଉ କେତେବେଳେ ତାଙ୍କ ଟୁଇଟ୍‌ ଯୋଗୁ ସେ ଆଲୋଚନାକୁ ଆସନ୍ତି। ନିକଟରେ ସେ ଏକ ଟୁଇଟ୍‌ କରିଥିଲେ। ଟୁଇଟ୍‌ରେ ମସ୍କ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ଜର୍ମାନର ଏକଛତ୍ରବାଦୀ ଶାସକ ଆଡଲଫ ହିଟଲରଙ୍କ ସହ ତୁଳନା କରିଛନ୍ତି। ଏହା ପରେ ସୋସିଆଲ ମିଡିଆରେ ତାଙ୍କୁ ସମାଲୋଚନା କରାଯାଇଛି। ଅନେକ ଲୋକ ତାଙ୍କ ଟୁଇକୁ ସମାଲୋଚନା କରିବା ପରେ ମସ୍କ ଟୁଇଟ୍‌ ଡିଲିଟ କରିଦେଇଛନ୍ତି।
ବୁଧବାର ଏଲୋନ ମସ୍କ ଏକ ଟୁଇଟ କରିଥିଲେ। ଏହି ଟୁଇଟ୍‌ରେ ସେ କାନାଡାରେ ବିରୋଧ କରୁଥିବା ଟ୍ରକ ଚାଳକମାନଙ୍କୁ ସମର୍ଥନ ଜଣାଇଛନ୍ତି। ମସ୍କ ଏକ ମେମ ଶେୟାର କରିଥିଲେ। ସେଠାରେ ହିଟଲରଙ୍କର ଏକ ଫଟୋ ଥିଲା। ଏଥିରେ ଲେଖାଥିଲା, ‘ମୋତେ ଜଷ୍ଟିନ ଟ୍ରୁଡୋ ସହିତ ତୁଳନା କରିବା ବନ୍ଦ କର’, ଏହା ତଳେ ମୋର ବଜେଟ ଅଛି ବୋଲି ଲେଖା ହୋଇଥିଲା। ଏହି ଟୁଇଟ୍‌କୁ ନେଇ ବହୁତ ସମାଲୋଚନା ହୋଇଥିଲା।

Share