ଆମେରିକାର ବଡ଼ ଚାଲ୍‌; ରାତି ଅଧରେ ନେଲା ଚମକାଇବା ଭଳି ନିଷ୍ପତ୍ତି

ନୂଆଦିଲ୍ଲୀ,୧୯।୬: ବିଶ୍ୱର ଦୁଇ ବଡ଼ ଦେଶ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବଢ଼ୁଥିବା ଯୁଦ୍ଧ ସ୍ଥିତି ବିଶ୍ୱ ବଜାରରେ ଚିନ୍ତାର ଲହରୀ ସୃଷ୍ଟି କରିଛି। ମଧ୍ୟପ୍ରାଚ୍ୟରେ ପରିସ୍ଥିତି ବିସ୍ଫୋରକ ରହିଛି । ଅଶୋଧିତ ତୈଳ, ସୁନା ଏବଂ ଡଲାରର ମୂଲ୍ୟରେ ଉତ୍ଥାନ ପତନ ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ଆମେରିକାର ଫେଡେରାଲ ରିଜର୍ଭ ଚମକାଇବା ଭଳି ନିଷ୍ପତ୍ତି ନେଇଛି। ଫେଡ୍‌ କୌଣସି ପରିବର୍ତ୍ତନ ନକରି ସୁଧ ହାରକୁ ସ୍ଥିର ରଖିବାକୁ ଘୋଷଣା କରିଛି ଏବଂ ଏହି ନିଷ୍ପତ୍ତି ଏବେ ବିଶ୍ୱ ବଜାରକୁ କିଛି ଆଶ୍ୱସ୍ତି ଦେଉଥିବା ପରି ମନେ ହେଉଛି।

ଫେଡ୍‌ ବୁଧବାର ଏହାର ଦୁଇ ଦିନିଆ ବୈଠକ ପରେ ଘୋଷଣା କରିଛି ଯେ ବେଞ୍ଚମାର୍କ ଋଣ ହାର ୪.୨୫% ରେ ସ୍ଥିର ରଖାଯିବ। ତଥାପି, ଏହି ବର୍ଷ ଶେଷ ସୁଦ୍ଧା ହାରରେ ସମ୍ଭାବ୍ୟ ହ୍ରାସ ଆଶା କରାଯାଉଛି।

ଫେଡ୍‌ର ରିପୋର୍ଟ ଅନୁଯାୟୀ, ଆମେରିକା ଏବେ ବି ମୁଦ୍ରାସ୍ଫୀତି ଏବଂ ମନ୍ଥର ଅର୍ଥନୈତିକ ଅଭିବୃଦ୍ଧିର ଦ୍ୱୈତ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି। କମିଟି ବିଶ୍ୱାସ କରେ ଯେ ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି, ବର୍ତ୍ତମାନର ସୁଧ ହାର ଉପଯୁକ୍ତ ରହିବ। ଫେଡ ମୁଖ୍ୟ ଜେରୋମ ପାୱେଲ କହିଛନ୍ତି ଯେ ଦେଶରେ ଆର୍ଥିକ କାର୍ଯ୍ୟକଳାପ ସ୍ଥିର ରହିଛି, କିନ୍ତୁ ଆଗାମୀ ସମୟରେ ମୁଦ୍ରାସ୍ଫୀତିରେ ନୂତନ ଚ୍ୟାଲେଞ୍ଜ ଦେଖାଦେଇପାରେ।

ଫେଡ୍‌ର ନିଷ୍ପତ୍ତିକୁ ଆମେରିକୀୟ ଷ୍ଟକ ବଜାର ଦ୍ୱାରା ସ୍ବାଗତ କରାଯାଇଛି। କାରଣ ଡାଓ ଜୋନ୍ସ ୧୦୦ ପଏଣ୍ଟ ବୃଦ୍ଧି ପାଇଥିଲା, ଯେତେବେଳେ S&P ୫୦୦ ୦.୩୩% ବୃଦ୍ଧି ପାଇଛି। NASDAQ ମଧ୍ୟ ୦.୫୧% ବୃଦ୍ଧି ରେକର୍ଡ କରଛି।

ଫେଡ୍‌ ଘୋଷଣାର ଠିକ ପୂର୍ବରୁ, ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଫେଡ ମୁଖ୍ୟ ଜେରୋମ ପାୱେଲଙ୍କୁ ଟାର୍ଗେଟ କରି ତାଙ୍କୁ “ମୂର୍ଖ” ବୋଲି କହିଥିଲେ।

FOMC ବୈଠକ ପରେ, ପାୱେଲ କହିଥିଲେ ଯେ ନେଟ ରପ୍ତାନି ଏବଂ ଟାରିଫ ଯୋଗୁ ଅର୍ଥନୀତିରେ ଉତ୍ଥାନ-ପତନ ଦେଖାଦେଇଛି, କିନ୍ତୁ ଶ୍ରମ ବଜାର ଏବଂ ନିଯୁକ୍ତି ପରିସ୍ଥିତି ଏବେ ବି ସୁଦୃଢ଼ ଅଛି। ସେ ଜୋର ଦେଇ କହିଥିଲେ ଯେ ଫେଡର ପ୍ରାଥମିକତା ହେଉଛି ୨% ମୁଦ୍ରାସ୍ଫୀତି ଏବଂ ପୂର୍ଣ୍ଣ ନିଯୁକ୍ତିର ଲକ୍ଷ୍ୟ, ଯାହା ବର୍ତ୍ତମାନ ପରିସ୍ଥିତିରେ ହାସଲ କରିବା ଚ୍ୟାଲେଞ୍ଜିଂ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

ପୁଣି ଖୁସିଖବର ଦେଲେ ସୀମା ହାଇଦର: ବଢୁଛି ଚର୍ଚ୍ଚା

ଲକ୍ଷ୍ନୌ,୮।୧୨: ପାକିସ୍ତାନରୁ ପ୍ରବାସୀ ସୀମା ହାଇଦର ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ସୀମା ହାଇଦର ଏବେ ପୁଣି ଥରେ ଗର୍ଭବତୀ ଏବଂ ଷଷ୍ଠ ଥର ପାଇଁ...

ଫାଟୁଆ ରୋଗ ପାଇଁ ଆଗୁଆ ପ୍ରତିଷେଧକ, ୩୭ ହଜାର ଗୋରୁଙ୍କୁ ଟିକାକରଣ ଲକ୍ଷ୍ୟ

ଦାରିଙ୍ଗବାଡ଼ି,୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ୨୫ ଟି ପଞ୍ଚାୟତରେ ଗାଈ ଓ ବଳଦଙ୍କ ପାଇଁ ଅଣ୍ଟା ଭଡ଼ିଛି ମତ୍ସ୍ୟ ଓ...

ନେଟ୍‌ ପ୍ରାକ୍ଟିସ ପାଇଁ ବାରବାଟୀ ଯିବେ ଦୁଇ ଦଳ: ଜାଣନ୍ତୁ କେତେବେଳେ…

ଭୁବନେଶ୍ୱର, ୭ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏଥିଲାଗି...

ପାରଦ ତଳ ମୁହାଁ: ଶୀତରେ ଥରୁଛନ୍ତି ବାସହୀନ

ସୋନପୁର,୮।୧୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ପାରଦ ତଳ ମୁହାଁ ହୋଇଛି। ପ୍ରବଳ ଶୀତ ଓ କୁହୁଡି ଯୋଗୁ ଲୋକେ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ବାସହୀନ...

ସକାଳୁ ସକାଳୁ ବରଗଡ଼ ସହରରେ ଅଗ୍ନିକାଣ୍ଡ: ଚଷମା ଦୋକାନ ଛାରଖାର

ବରଗଡ଼,୮ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସୋମବାର ସକାଳୁ ଏକ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କୋର୍ଟ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ଏକ ଚଷମା ଦୋକାନରୁ...

ଆଇଏସ୍‌ପିଏଲ୍‌ ନିଲାମରେ ଓଡ଼ିଆ ପୁଅ ରାଜେଶ

ଖୋର୍ଦ୍ଧା,୮ା୧୨(ପ୍ରଭାତ ପାଣିଗ୍ରାହୀ):ଏବେ ସବୁଆଡ଼େ କ୍ରିକେଟର କ୍ରେଜ୍‌। ଛୋଟଠୁ ବଡ଼ ସମସ୍ତେ କ୍ରିକେଟ୍‌ ମାନିଆ। ଏଥିରେ କ୍ୟାରିୟର କରିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ରହିଛି।...

ଗୋଆ ଅଘଟଣ: ୨୫ ମୃତକଙ୍କ ମିଳିଲା ପରିଚୟ

ପଣଜୀ,୮ା୧୨(ପି.ଟି/ଏଜେନ୍ସି):ଗୋଆ ରାଜଧାନୀ ପଣଜୀରୁ ୨୫ କି.ମି. ଦୂରରେ ‘ବର୍ଚ ବାଇ ରୋମିଓ ଲେନ୍‌’ ନାଇଟ୍‌ କ୍ଲବ୍‌ ଅବସ୍ଥିତ। ବେଆଇନ ଭାବେ ନିର୍ମିତ ଏହି କ୍ଲ୍‌ବ୍‌କୁ ଭାଙ୍ଗିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri