Categories: ଖେଳ

ଆମେରିକୀୟ ଟେନିସ ଖେଳାଳି ଫ୍ରାନ୍‌ସେସ୍‌ କରୋନା ପଜିଟିଭ୍‌

ନ୍ୟୁୟର୍କ,୫।୭: ଆମେରିକୀୟ ଟେନିସ ଖେଳାଳି ଫ୍ରାନସେସ୍‌ ଟିଆଫୋଏ କରୋନା ଭାଇରସ ସଂକ୍ରମଣର ଶିକାର ହୋଇଛନ୍ତି। ଟେଷ୍ଟରେ ତାଙ୍କର ନମୁନା ପଜିଟିଭ ବୋଲି ସେ କହିଛନ୍ତି। ଟୁଇଟ୍‌ କରି ସେ ଏ ନେଇ ସୂଚନା ଦେଇଛନ୍ତି। ଏହି କାରଣରୁ ସେ ଆଟଲାଣ୍ଟାରେ ଖେଳାଯିବାକୁ ଥିବା ଅଲ- ଆମେରିକାନ ଟିମ୍‌ କପ୍‌ ସ୍ପେଶାଲ ଇଭେଣ୍ଟରୁ ଓହରିଯାଇଛନ୍ତି ବୋଲି କହିଛନ୍ତି।
ଗତ ଦୁଇମାସ ହେବ ଫ୍ଲୋରିଡାରେ ସେ ଟ୍ରେନିଂ କରିଆସୁଥିଲେ। ଗତ ସପ୍ତାହରେ ସେ ପଜିଟିଭ ବୋଲି ଜଣାପଡିଥିଲା। ଏବେ ସେ କ୍ୱାରାଣ୍ଟାଇନ୍‌ରେ ରହିଛନ୍ତି। ଆସନ୍ତା ସପ୍ତାହରେ ତାଙ୍କୁ ଦ୍ୱିତୀୟ ଟେଷ୍ଟ କରାଯିବ। ଅଲ- ଆମେରିକାନ ଟିମ୍‌ କପ୍‌ ସ୍ପେଶାଲ ଇଭେଣ୍ଟର ପ୍ରାରମ୍ଭିକ ମ୍ୟାଚ୍‌ ଶୁକ୍ରବାର ଖେଳାଯିବାର କାର୍ଯ୍ୟକ୍ରମ ଥିଲା। କରୋନା ଭାଇରସ ଲକ୍‌ଡାଉନ୍‌ ପରେ ପ୍ରଥମଥର ପାଇଁ ଆମେରିକାରେ ଏହି ଇଭେଣ୍ଟ ଖେଳାଯିବାର କାର୍ଯ୍ୟକ୍ରମ ଥିଲା। ଦେଶର ଶ୍ରେଷ୍ଠ ୮ଜଣ ଟେନିସ ତାରକା ଏହି ଇଭେଣ୍ଟରେ ଅଂଶଗ୍ରହଣ କରିବେ। ଏହି ଇଭେଣ୍ଟରୁ ଟିଆଫୋଏ ଓହରିଯାଇଥିବାରୁ ତାଙ୍କ ସ୍ଥାନରେ ଖ୍ରୀଷ୍ଟୋଫର ଇୟୁବ୍ୟାଙ୍କ୍ସ ଏହି ଇଭେଣ୍ଟରେ ଭାଗ ନେବେ।

Share