ୟୁକ୍ରେନ-ରୁଷିଆ ଯୁଦ୍ଧରେ ଭାରତର ଆଭିମୂଖ୍ୟକୁ ନେଇ ପ୍ରଶ୍ନ ଉଠାଇଲା ଆମେରିକା

ଓ୍ବାଶିଂଟନ୍‌,୨୫।୨: ୟୁକ୍ରେନ ଓ ରୁଷିଆ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ବେଳକୁ ବେଳ ଭୟଙ୍କର ହେବାରେ ଲାଗିଛି। ତେବେ ଏହି ଯୁଦ୍ଧକୁ ନେଇ ଭାରତ କାହା ସପକ୍ଷରେ ରହିଛି ସେନେଇ ସାରା ବିଶ୍ୱର ନଜର ଏବେ ଭାରତ ଉପରେ ରହିଛି। କାରଣ ଭାରତ ଏପର୍ଯ୍ୟନ୍ତ ନିଜର ନିରପେକ୍ଷତା ବଜାୟ ରଖିଛି। ଗୋଟିଏ ପଟେ ଅନେକ ଦେଶ ଏହି ଯୁଦ୍ଧକୁ ନିନ୍ଦା କରୁଥିବା ବେଳେ ଭାରତ ଏପର୍ଯ୍ୟନ୍ତ ରୁଷିଆ ଆକ୍ରମଣ ବିରୋଧରେ କିଛି ବି ମୁହଁ ଖୋଲିନାହିଁ। ଇତିମଧ୍ୟରେ ଭାରତ ଆମେରିକା ସମର୍ଥନରେ ରହିଛି କି ରୁଷିଆ ସମର୍ଥନରେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ୟୁକ୍ରେନରେ ରୁଷିଆ ଆକ୍ରମଣ ପରେ ଉତ୍ପନ୍ନ ହୋଇଥିବା ସଙ୍କଟକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତ ସହ ଆଲୋଚନା କରିବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ହ୍ବାଇଟ୍‌ ହାଉସ୍‌ରେ ଆୟୋଜିତ ହୋଇଥିବା ଏକ ପ୍ରେସ୍‌ କନ୍‌ଫରେନ୍ସରେ ୟୁକ୍ରେନ ସଙ୍କଟକୁ ନେଇ ଭାରତ ରୁଷିଆ ବିରୋଧରେ କି ଆମେରିକା ସମର୍ଥନରେ ରହିଛି ବୋଲି ବାଇଡେନଙ୍କୁ ଅନେକ ଖବରଦାତା ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ସେ କହିଛନ୍ତି, ୟୁକ୍ରେନ ସଙ୍କଟ ନେଇ ଆମେରିକା ଭାରତ ସହ ସେ ବିଚାର ବିମର୍ଶ କରିବ। ଏହି ପ୍ରସଙ୍ଗରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ନିର୍ଷ୍କସ ବାହାରିନାହିଁ ବୋଲି ବାଇଡେନ କହିଛନ୍ତି।

 

Share