ପପ୍‌ ଷ୍ଟାର୍‌ଙ୍କୁ କାମୁଡିଲା ସାପ,ଭିଡ଼ିଓ ଶେୟାର କରି…

ପ୍ରସିଦ୍ଧ ପପ୍‌ ଷ୍ଟାର୍‌ ବ୍ରିଟନୀ ସ୍ପିୟର୍ସ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥାନ୍ତି। ସୋସିଆଲ ମିଡ଼ିଆରେ ବେଶ୍‌ ଆକ୍ଟିଭ୍‌ ସେ। ନୂଆ ନୂଆ ଫଟୋ, ଭିଡ଼ିଓ ଶେୟାର କରି ଦର୍ଶକଙ୍କ ସହ ଯୋଡ଼ି ହୋଇ ରୁହନ୍ତି। ନିକଟରେ ସେ ଇନ୍‌ଷ୍ଟାଗ୍ରାମରେ ଏକ ଭିଡ଼ିଓ ଶେୟାର କରିଛନ୍ତି। ଯାହାକୁ ଦେଖିଲେ ଯିଏ ବି ନାହିଁ ସେ ଡରିଯିବେ। ସେ ଶେୟାର କରିଥିବା ଭିଡ଼ିଓରେ ଏକ ସାପ ତାଙ୍କ ହାତକୁ କାମୁଡୁଥିବା ଦେଖିବାକୁ ମିଳିଛି। ଏହି ଭିଡ଼ିଓଟି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଭିଡ଼ିଓକୁ ଶେୟାର କରି ବ୍ରିଟନୀ କ୍ୟାପସନରେ ଲେଖିଛନ୍ତି,’ ଛୋଟ ସାପ ବି କେତେ ଭୟଙ୍କର ହୋଇପାରେ ଦେଖନ୍ତୁ।’ ବ୍ରିଟନୀଙ୍କ ଏହି ଭିଡିଓକୁ ବର୍ତ୍ତମାନ ଯାଏ ୯.୫ ମିଲିୟନ୍‌ରୁ ଅଧିକ ଲୋକ ଦେଖିସାରିଲେଣି। ଭିଡିଓକୁ ଦେଖିବା ମାତ୍ରେ ଫ୍ୟାନ୍‌ ଅନେକ କମେଣ୍ଟ ମଧ୍ୟ ଦେଇଛନ୍ତି। ଜଣେ ୟୁଜର୍ସ କମେଣ୍ଟରେ ଲେଖିଛନ୍ତି, ‘ଏହି ସାପ ଭୟଙ୍କର ହୋଇପାରେ। ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।’

Share