ଚାଇନା ବିମାନ ଉପରେ କଟକଣା ଲଗାଇଲେ ଜୋ ବାଇଡେନ୍‌

ଓ୍ବାଶିଂଟନ୍‌,୨୩ା୧: କୋଭିଡ୍‌ ସଂକ୍ରମଣ କାରଣ ଦର୍ଶାଇ ଚାଇନା ଗତ ଡିସେମ୍ବର ୩୦ ତାରିଖରୁ ଆମେରିକାର କେତେକ ବିମାନ ଉଡ଼ାଣକୁ ବାତିଲ କରିଦେଇଥିଲା। ଏହାର ଜବାବରେ ଚାଇନାର ୪୪ ବିମାନ ଉଡ଼ାଣକୁ ବାତିଲ କରିବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଘୋଷଣା କରିଛନ୍ତି। ଜାନୁୟାରୀ ୩୦ରୁ ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ଚାଇନା ଯିବାକୁ ଥିବା ବିମାନ ଉପରେ ଏହି କଟକଣା ଲାଗୁ କରାଯିବ। ଆମେରିକାର ଏହି ପଦକ୍ଷେପକୁ ଚାଇନା ସମାଲୋଚନା କରିଛି। ଚାଇନା ଏୟାରଲାଇନ୍ସର ଯାତ୍ରୀବାହୀ ବିମାନ ଉଡ଼ାଣ ଉପରେ କଟକଣା ନ ଲଗାଇବାକୁ ଓ୍ବାଶିଂଟନ୍‌ରେ ଥିବା ଚାଇନା ଦୂତାବାସ ପକ୍ଷରୁ କୁହାଯାଇଛି।

Share