ଆମେରିକା ପତାକା ବଞ୍ଚାଇ ଦେଲା ବିଲେଇର ଜୀବନ

ୱାଶିଂଟନ,୧୪।୯: ନୂଆ ଜୀବନ ପାଇଲା ବିଲେଇ। ଆମେରିକାର ମିଆମିସ୍ଥିତ ହାର୍ଡ ରକ ଷ୍ଟାଡିୟମରେ ରବିବାର ଫୁଟବଲ ମ୍ୟାଚ୍‌ ଚାଲିଥିବା ବେଳେ ଏକ ବିଲେଇ ଉପର ମହଲାରୁ ଖସି ପଡ଼ୁଥିବା ଦେଖିବାକୁ ମିଳିଥିଲା। ହଠାତ୍‌ ଦର୍ଶକଙ୍କ ଧ୍ୟାନ ଖେଳ ଠାରୁ ଦୂରେଇ ଯାଇଥିଲା। ନିଜ ଜୀବନ ବଞ୍ଚାଇବାକୁ ବିଲେଇଟି ପଞ୍ଝା ଦ୍ୱାରା ଅନେକ ଚେଷ୍ଟା ସତ୍ତ୍ୱେ ତଳକୁ ଖସି ପଡ଼ିଥିଲା। ଭାଗ୍ୟବଶତଃ ତଳେ ଦର୍ଶକମାନେ ଆମେରିକାର ପତାକା ଧରିଥିଲେ। ଫଳରେ ବିଲେଇର ଜୀବନ ବଞ୍ଚିଯାଇଥିଲା। ବିଲେଇଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ଷ୍ଚାଡିୟମର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Share