ଚାଇନା ବହିରେ ଆମେରିକା କାର୍ଟୁନ୍‌

ବେଜିଂ, ୨୮ା୮: ଚାଇନାର ପ୍ରାଥମିକ ସ୍କୁଲଗୁଡ଼ିକରେ ପ୍ରଚଳିତ ପାଠ୍ୟପୁସ୍ତକରୁ କମ୍ୟୁନିଷ୍ଟ ସରକାର କେତେକ ନିର୍ଦ୍ଦିଷ୍ଟ କାର୍ଟୁନ୍‌କୁ ହଟାଇ ଦେଇଛନ୍ତି। ମୂଳ କର୍ଟୁନ୍‌ଗୁଡ଼ିକ ଅନେକ ବର୍ଷ ଧରି ପଢ଼ାବହିରେ ଛପାଯାଉଥିଲେ ହେଁ ଗତ ମେ’ରେ ଦେଶର ସରକାରୀ ଗଣମାଧ୍ୟମ ଗ୍ଲୋବାଲ୍‌ ଟାଇମ୍ସ ସେ ସବୁକୁ ହଠାତ୍‌ ଅସୁନ୍ଦର, ବର୍ଣ୍ଣଭେଦୀ, ଅଜବ ଓ ଅଶ୍ଳୀଳ ବୋଲି ଦର୍ଶାଇଛନ୍ତି। ସେ ସମୟରେ ପ୍ରକାଶକ କ୍ଷମା ମାଗିବା ସହ କାର୍ଟୁନ୍‌ ପୁନଃ ଅଙ୍କନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅନେକ ହଜାର ପୁସ୍ତକର ସମୀକ୍ଷା ପରେ କାର୍ଟୁନ୍‌ ଆଙ୍କିଥିବା କଳାକାର ଓ ଛାପିଥିବା ପ୍ରକାଶକଙ୍କଠାରୁ ଜରିମାନା ଆଦାୟ ସହ ଚାକିରିରୁ ହଟାଇ ଦିଆଯାଇଛି।

ଗ୍ଲୋବାଲ୍‌ ଟାଇମ୍ସ ମତରେ କେତେକ ଚିତ୍ରରେ ଥିବା ବାଳିକା, ବାଳକମାନେ ଆମେରିକାର ଜାତୀୟ ପତାକା ସଦୃଶ ପୋଷାକ ପରିଧାନ କରି ହାତର ଅଙ୍ଗୁଳି ଉପରକୁ ଟେକିଛନ୍ତି। ଏଭଳି ହାବଭାବ ଚାଇନାବାସୀଙ୍କ ପ୍ରତି ଘୋର ଅପମାନ ବୋଲି ଗ୍ଲୋବାଲ ଟାଇମ୍ସ ସମାଲୋଚନା କରିଛି।

Share